Thursday, January 23, 2020

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାରା ଦେଶରେ ବାଧ୍ୟତାମୂଳକ ହେଲା ଫାସ୍ ଟ୍ୟାଗ୍, ନଲଗାଇଲେ ଫାଇନ୍ ଡବଲ୍

ଭୁବନେଶ୍ବର ୧୫।୧: ଆଜିଠୁ ସାରା ଦେଶରେ ବାଧ୍ୟତାମୂଳକ ହୋଇଛି ଫାସ୍ ଟ୍ୟାଗ୍ । ଜାତୀୟ ରାଜପଥର ବିଭିନ୍ନ ଚାରି ଚକିଆ ଯାନବାହାନ ଟୋଲ୍ ପ୍ଲାଜା ଦେଇ ଚଳାଚଳ କଲେ ଯାନରେ ଫାସ୍ ଟ୍ୟାଗ୍ ବାଧ୍ୟତାମୂଳକ ହୋଇଛି । ଗାଡିରେ ଏହା ନଲଗାଇଲେ ଡବଲ୍ ଜରିମାନା ଦେବାକୁ ପଡିବ ।

କେନ୍ଦ୍ର ପରିବହନ ବିଭାଗ ପକ୍ଷରୁ ଏନେଇ ପୂର୍ବରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଯାହାର ଅବଧି ବଢାଇ ୨୦୨୦ ଜାନୁଆରୀ ୧୫ ପର୍ଯ୍ୟନ୍ତ କରାଯାଇଥିଲା । ଫାସ୍ ଟ୍ୟାଗ୍ ହେଉଛି ସେହି ଟେକ୍ନୋଲୋଜି ଯାହାଦ୍ବାରା ଇଲେକଟ୍ରୋନିକ୍ ଟୋଲ୍ କଲେକ୍ସନ୍ ସହଜରେ ହୋଇପାରିବ । ଫଳରେ ଟୋଲ୍ ପ୍ଲାଜାରେ ଗାଡିଗୁଡିକ ଟୋଲ୍ ଟାକ୍ସ ଦେବା ପାଇଁ ଦୀର୍ଘ ସମୟ ଧରି ଲାଇନ୍ ରେ ରହିବେ ନାହିଁ ।

ଟୋଲ୍ ଟ୍ୟାକ୍ସ ସଂଗ୍ରହକୁ ତ୍ବରାନ୍ବିତ କରିବା ଲାଗି ଫାସଟ୍ୟାଗ୍ ବ୍ୟବସ୍ଥା କରାଯାଇଛି । ଏହା ଏକ ପ୍ରିପେଡ୍ ରିଚାର୍ଜେବଲ ଟ୍ୟାଗ୍ । ଏହି ଟ୍ୟାଗ୍ ଗାଡିର ୱିଣ୍ଡ ସ୍କ୍ରିନ୍ ରେ ଲଗାଯିବ । ଏବେ ଟୋଲପ୍ଲାଜାରେ ଟ୍ୟାକ୍ସ ଭରିବା ଲାଗି ଗାଡିକୁ ଅଟକାଇବା ଆବଶ୍ୟକତା ନାହିଁ । ଗାଜି ଟୋଲପ୍ଲାଜା ଅତିକ୍ରମ କରିବା ମାତ୍ରେ ଫାସଟ୍ୟାଗ୍ ଜରିଆରେ ପ୍ରିପେଡ୍ ଆକାଉଣ୍ଟକୁ ଟୋଲ ଟ୍ୟାକ୍ସ ଆପେ ଆପେ କଟିଯିବ । ଆକ୍ଟିଭେଟେଡ୍ ଫାସଟାଗ୍ ରେଡିଓ ଫ୍ରିକ୍ୱେନସି ଆଇଡିଣ୍ଟିଫିକେସନ୍ ବା RFID ଟେକ୍ନୋଲୋଜି ଜରିଆରେ ଏହି ଟୋଲ ଟ୍ୟାକ୍ସ କଟିଯିବ । ଜାତୀୟ ରାଜପଥରେ ଟ୍ରାଫିକ୍ ଚଳାଚଳକୁ ବାଧାମୁକ୍ତ କରିବା ଲାଗି କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ ଏହି ଭଳି ଇଲେକ୍ଟ୍ରୋନିକ୍ସ ଟ୍ୟାକ୍ସ ସଂଗ୍ରହ ବ୍ୟବସ୍ଥା ଲାଗୁ କରିଛି । ଏହି ଫାସଟ୍ୟାଗ୍ ୨୨ଟି ଅନୁବନ୍ଧିତ ବ୍ୟାଙ୍କ ସହ ଜାତୀୟ ରାଜପଥରେ ଥିବା ପଏଣ୍ଟ ଅଫ୍ ସେଲସ୍ ଜରିଆରେ ମିଳୁଛି । ଆମାଜନ୍ ଭଳି ଇ-କମର୍ସ ଫ୍ଲାଟଫର୍ମରେ ମଧ୍ୟ ଫାସଟ୍ୟାଗ୍ ମିଳୁଛି । ଏହାକୁ ରିଚାର୍ଜ କରିବାକୁ ପଡିଥାଏ । My Fastag ମୋବାଇଲ୍ ଆପ୍ ମାଧ୍ୟମରେ ଏହାକୁ ରିଚାର୍ଜ କରିହେବ । ଏହି ଆପ୍ ସହ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯୋଡିଦେଲେ ସେଥିରୁ ଟଙ୍କା କଟିବ । ଏଥିଲାଗି NHAIର ପ୍ରିପେଡ୍ ୱାଲେଟ୍ ମଧ୍ୟ ବ୍ୟବହାର କରିହେବ । ଗୋଟିଏ ଗାଡି ପାଇଁ ଗୋଟିଏ ଫାସ୍ ଟ୍ୟାଗ୍ ରଖିବାକୁ ପଡିବ ।

ଯଦି ଆପଣ ଟୋଲ ପ୍ଲାଜାର ୧୦କିଲୋମିଟର ଭିତରେ ରହୁଛନ୍ତି ତେବେ ଫାସଟ୍ୟାଗ୍ ଜରିଆରେ ଟୋଲ ଟ୍ୟାକ୍ସରୁ କୋହଳ ପାଇ ପାରିବେ । ତେବେ ଆପଣ ନିକଟସ୍ଥ ବ୍ୟାଙ୍କ ଏବଂ ଟୋଲପ୍ଲାଜା PoS ରେ ନିଜର ରେସିଜେଣ୍ଟ ଫ୍ରୁଫ୍ ଦେବାକୁ ପଡିବ ।

319 Views

   ସମ୍ବନ୍ଧିତ ଖବର


Loading...