Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

ମହଙ୍ଗା ଶୁଳ୍କ ଟାଳିବାକୁ ଶସ୍ତା ଯୁଗାଡ଼: fastagରେ ଏମିତି ହେଉଛି ଠକେଇ

26/02/2021 at 4:03 PM

ନୂଆଦିଲ୍ଲୀ ୨୬।୨: ଟୋଲ ପ୍ଲାଜାରେ ବାହାନଙ୍କ ଅଯଥା ଭୀଡ଼ ହ୍ରାସ ଓ ସୁଗମ ଶୁଳ୍କ ପୈଠ ଲାଗି ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ(ଏନଏଚଏଆଇ) ସାରା ଦେଶରେ ଫେବୃଆରୀ ୧୫ରୁ ଫାଷ୍ଟାଗ୍ ଅନିବାର୍ଯ୍ୟ କରିଛନ୍ତି। ତେବେ ଦେଶରେ ବ୍ୟବସ୍ଥା ଆରମ୍ଭରୁ ହିଁ କୋଟି କୋଟି ଟଙ୍କାର ଶୁଳ୍କ ଠକେଇ ହୋଇଥିବା ପ୍ରଥମ ଥର ଜଣାପଡିଛି। ଯାହା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ମହଙ୍ଗା ଶୁଳ୍କକୁ ବର୍ତ୍ତିବା ଲାଗି ବଡ଼ ଗାଡ଼ିମାନେ ଶସ୍ତା ଯୁଗାଡ଼ର ସାହାରା ନେଇଛନ୍ତି। ଫଳରେ ପ୍ରତି ଟୋଲ ପ୍ଲାଜାରେ ସେମାନେ ୩୦୦ରୁ ୫ଶହ ଟଙ୍କା ଠକି ଖସିଯାଇଥିବା ଜଣାପଡିଛି। ଟୋଲ ପ୍ଲାଜାରେ ବିଭିନ୍ନ ବାହନ ଲାଗି ଭିନ୍ନଭିନ୍ନ ଶୁଳ୍କ ବ୍ୟବସ୍ଥା ରହିଛି। ବଡ଼ ମାଲବାହୀ ଟ୍ରକ୍, ଯାତ୍ରୀବାହୀ ବସ୍, ସ୍ଥାନୀୟ ପରିବହନକାରୀ ବାହନ ଓ ଛୋଟ ଘରୋଇ ଓ ସର୍ବସାଧାରଣ ବାହାନ ଲାଗି ଅଲଗା ଅଲଗା ଶୁଳ୍କ ବ୍ୟବସ୍ଥା ରହିଛି।

ପୂର୍ବରୁ ଟୋଲ ପ୍ଲାଜା କର୍ମଚାରୀମାନେ ବାହାନକୁ ଦେଖି ଶୁଳ୍କ ନେଇ ରସିଦ କାଟୁଥିଲେ। ହେଲେ ଏବେ ଫାସଟ୍ୟାଗ୍ ଯୋଗୁ ଟୋଲପ୍ଲାଜାର ଅଟୋମେଟିକ୍ ସେନସର ଗାଡି କାଚରେ ଲାଗିଥିବା ଚିପ୍‌କୁ ରିଡ କରି ଛାଡି ଦେଉଛି। ଏଥିରୁ ଟୋଲ ପାରକରିଥିବା ଗାଡ଼ି ଓ ଶୁଳ୍କ କଟିଥିବା ଗାଡି ପୃଥକ ବୋଲି ପ୍ରଥମ ଥର ଜଣାପଡିଛି।

ଛୋଟ ତଥା ଘରୋଇ ବାହନ ଲାଗି ଟୋଲ ଶୁଳ୍କ ଖୁବ୍ କମ୍‌। ତେବେ ପରିବହନକାରୀ ବଡ ବାହନ ଛୋଟ ଗାଡିର ଫାସଟ୍ୟାଗରେ ଟୋଲ ପାର କରୁଥିବାର ଉତ୍ତରପ୍ରଦେରେ ଯାଞ୍ଚ ବେଳେ ଜଣାପଡିଛି। ମହଙ୍ଗା ଟୋଲ ଶୁଳ୍କରୁ ବର୍ତ୍ତିବା ଲାଗି ଜାତୀୟ ପରିମିଟି ଟ୍ରକ ଓ ପରିବହନକାରୀ ବସ୍‌ ଛୋଟ ଗାଡିର ଫାସଟାଗ ଲଗାଇ ଟୋଲ ପାର କରିଛନ୍ତି। କେବଳ ୟୁପି ନୁହେଁ ଦେଶର ପ୍ରାୟ ଟୋଲ ପ୍ଲାଜାରେ ଏପରି ହୋଇଥିବା ଜଣାପଡିଛି। ଏଣୁ ବ୍ୟବସ୍ଥା ଆରମ୍ଭର ମାତ୍ର କିଛିଦିନରେ ଏନଏଚଏଆଇଙ୍କୁ କୋଟି କୋଟି ଟଙ୍କା ଶୁଳ୍କ ହରାଇବାକୁ ପଡିଥିବା ଆକଳନ କରାଯାଉଛି।  

   Related Posts