Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୋଦି ସରକାରଙ୍କ ଭଲ କାମ ଯୋଗୁଁ ବିଜେପି ପକ୍ଷରେ ଅଧିକ ମତଦାନ ହୋଇଥିବା କହିଲେ ସୁରକ୍ଷାମନ୍ତ୍ରୀ : ପଶ୍ଚିମବଙ୍ଗରେ ହିଂସା ପରିସ୍ଥିତି

11/04/2019 at 6:14 PM

ନୂଆଦିଲ୍ଲୀ ୧୧/୪ : ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ମତଦାନ ଶେଷ ହୋଇଛି | ଦେଶରେ ସୁରକ୍ଷିତ ମତଦାନ ହୋଇଥିବା ଜଣାପଡିଛି | ସର୍ବନିମ୍ନ ୩୩ ପ୍ରତିଶତରୁ ସର୍ବାଧିକ ୪୪ ପ୍ରତିଶତ ମତଦାନ ହୋଇଛି | କେନ୍ଦ୍ର ସୁରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଦେଶର ଗଣତନ୍ତ୍ର ପାଇଁ ଭଲ ସଂକେତ ବୋଲି ଦର୍ଶାଇଛନ୍ତି | ପ୍ରଥମ ପର୍ଯ୍ୟାୟ ମତଦାନ ସୁରୁଖୁରୁରେ ହୋଇଥିବା ଯୋଗୁଁ ସେ ଖୁସି ଜାହିର କରିଛନ୍ତି | ସେ କହିଛନ୍ତି ଯେ, ଯୁବପିଢୀ ଏବଂ ମହିଳାମାନଙ୍କ ମଧ୍ୟରେ ମତଦାନକୁ ଉତ୍ସାହ ଦେଖିବାକୁ ମିଳିଥିଲା | ଏହା ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି ସୁରକ୍ଷାମନ୍ତ୍ରୀ |


ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ମଳା କହିଛନ୍ତି ଯେ, ଅଧିକାଂଶ ଅଂଚଳରେ ଶାନ୍ତିପୂର୍ଣ ଭୋଟ ଗ୍ରହଣ ହୋଇଛି | କେତେକ ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା | କିନ୍ତୁ ପରେ ସ୍ଥିତି ନିୟନ୍ତ୍ରଣ କରାଯାଇଥିଲା | ବିଜେପି କାର୍ଯ୍ୟକର୍ତ୍ତାଙ୍କ ତରଫରୁ ଦେଶର ବିଭିନ୍ନ ସ୍ଥାନରୁ ଭଲ ସୂଚନା ମିଳିଛି | ମୋଦି ସରକାର ଭଲ କାମ ଯୋଗୁଁ ଏହିଭଳି ହୋଇଛି ବୋଲି କହିଥିଲେ ନିର୍ମଳା |


ପଶ୍ଚିମବଙ୍ଗର କେତେକ ସ୍ଥାନରେ ହିଂସା ଉପୁଜିଥିଲା | କିଛି କିଛି ସ୍ଥାନରେ ତୃଣମୂଳ କଂଗ୍ରେସ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ଟକ୍କର ହୋଇଥିବା ସୂଚନା ମିଳିଛି | ହିଂସାକୁ ନେଇ ବିଜେପି ଚିନ୍ତା ଜାହିର କରିଛି | ହିଂସା ଉପରେ ରୋକ ଲଗାଇବା ଏବଂ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନକୁ ଅଧିକ ସୁରକ୍ଷିତ କରିବା ପାଇଁ ଦଳର ନେତା ନିର୍ବାଚନ ଆୟୋଗଙ୍କ ସହ ସାକ୍ଷାତ କରିପାରନ୍ତି ବୋଲି କହିଛନ୍ତି ସୁରକ୍ଷାମନ୍ତ୍ରୀ |

   Related Posts