Friday, August 23, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନିୟମ ଅନୁସାରେ ପାଳନ କରନ୍ତୁ ପୁତ୍ରଦା ଏକାଦଶୀ ବ୍ରତ, ପୂର୍ଣ୍ଣ ହେବ ସନ୍ତାନ ପ୍ରାପ୍ତି ମନୋକାମନା…

ହିନ୍ଦୁ ଧର୍ମରେ ବିଭିନ୍ନ ପ୍ରକାର ବ୍ରତ ଓ ପର୍ବ ପର୍ବାଣୀ ପାଳନ କରାଯାଇଥାଏ। ହିନ୍ଦୁଧର୍ମରେ ବାର ମାସରେ ତେର ପର୍ବ ପଡିଥାଏ।ହିନ୍ଦୁଧର୍ମ​‌ରେ  ଥିବା ବ୍ରତକୁ ଶ୍ରଦ୍ଧା ସହ ପାଳନ କଲେ ମନୋକାମନା ପୂରଣ ହୋଇଥାଏ। ବିବିନ୍ନ ବ୍ରତ ମଧ୍ୟରୁ  ପୁତ୍ରଦା ଏକାଦଶୀ ବ୍ରତରେ ବିଶେ​‌ଷ ମହତ୍ବ ରହିଛି।

ପୁତ୍ରଦା ଏକାଦଶୀ ବ୍ରତକୁ ବିଧି ବିଧାନ ଅନୁସାରେ ପାଳନ କଲେ ସବୁ ମନୋକାମନା ପୂରଣ ହୋଇଥାଏ। ପୁତ୍ରଦା ଏକାଦଶୀ ବ୍ରତକୁ ବିଶେଷକରି ମହିଳାମାନେ ପାଳନ କରିଥାନ୍ତି। ପୁତ୍ରମାନଙ୍କ ଦୀର୍ଘ ଆୟୁ କାମନା କରି ମାଆମାନେ ଏହି ବ୍ରତ ପାଳନ କରିଥାନ୍ତି।ଏହି ବ୍ରତକୁ ନିଷ୍ଠାର ସହ ପାଳନ କଲେ ପୁତ୍ରମାନଙ୍କ ସ୍ବାସ୍ଥ୍ୟ ଓ ଭବିଷ୍ୟତ ଭଲ ରହିଥାଏ।ବିଶେଷକରି ଶ୍ରାବଣ ମାସରେ ପଡୁଥିବା ପୁତ୍ରଦା ଏକାଦଶୀ ପାଳନ କଲେ ସୁଫଳ ମିଳିଥାଏ। ଅଗଷ୍ଟ ମାସ ୧୧ ତାରିଖରେ ପୁତ୍ରଦା ଏକଦଶୀ ପଡ଼ିବ।

ସନ୍ତାନ ସୁଖରୁ ବଞ୍ଚିତ ହେଉଥିବା ଦମ୍ପତିମାନେ ଏହି ପୁତ୍ରଦା ଏକାଦାଶୀ ବ୍ରତ ପାଳନ କରିବା ଉଚିତ୍। କୁହାଯାଏ ଯେ, ଏହି ବ୍ରତପାଳନ କଲେ ଭଗବାନ ଶ୍ରୀକୃଷ୍ଣ ପ୍ରସନ୍ନ ହୋଇଥାନ୍ତି।ସ୍ବାମୀ- ସ୍ତ୍ରୀ ନିଷ୍ଠାର ସହ ଏହି ବ୍ରତକୁ ପାଳନ କଲେ ଭଗବାନ ଶ୍ରୀକୃଷ୍ଣ ତାଙ୍କ ମନୋକାମନା ପୂରଣ କରିଥାନ୍ତି।ଏଥିସହ ମାଆମାନେ ପୁତ୍ରମାନଙ୍କ ଶୁଭ କାମନାକରି ଏହି ବ୍ରତକୁ ପାଳନ କରିଥାନ୍ତି। ଏହି ବ୍ରତ ପାଳନ କରିବା ଦ୍ବାରା ପୁତ୍ରମାନେ ଖୁସି ଓ ଶାନ୍ତିରେ ରହିଥାନ୍ତି। ପିଲାଙ୍କ ପ୍ରତି ଆସୁଥିବା ସବୁ ବିପଦ ଟଳି ଯାଇଥାଏ।

ପୁତ୍ରଦା ଏକାଦଶୀ ବ୍ରତ ପାଳନ ପାଇଁ କିଛି ନିୟମ ରହିଛି। ଏହି ବ୍ରତ ପାଳନ କରିବା ପାଇଁ ଦୁଇଟି ମୁଖ୍ୟ ନିୟମ ରହିଛି। ନିର୍ଜଳା ବ୍ରତ ଅର୍ଥାତ ବ୍ରତ ସମୟରେ ପାଣି ମଦ୍ୟ ପିଇବେ ନାହିଁ।ଅନ୍ୟଟି ଜଳୀୟ ବା ଫଳହାରୀ ଅର୍ଥାତ ବ୍ରତ ସମୟ​‌ରେ ଜଳ କିମ୍ବା ଫଳମୂଳ ଆହାର କରିପାରିବେ। ସନ୍ତାନ ପ୍ରାପ୍ତି ପାଇଁ ନିର୍ଜଳା ବ୍ରତ ପାଳନ କରିବା ଉଚିତ୍।ଯେଉଁମାନେ ଅନ୍ୟ ମନସ୍କାମନା ଲାଗି ବ୍ରତ ପାଳନ କରିଥାନ୍ତି ସେମାନେ ଜଳ ଓ ଫଳମୂଳ ହାର କରିପାରିବେ। ଦିନରେ ମାତ୍ର​ ଥରେ ଜଳ କିମ୍ବା ଫଳ  ଆହାର କରିପାରିବେ।

ସନ୍ତାନ ପ୍ରାପ୍ତି ପାଇଁ ଏହି ଦିନରେ ଶ୍ରୀକୃଷ୍ଣ କିମ୍ବା ନାରାୟଣଙ୍କ ବ୍ରତ ରଖାଯାଇଥାଏ।ସନ୍ତାନ  ପ୍ରାପ୍ତି ପାଇଁ ସକାଳ ଉଠି ଭଗବାନଙ୍କ ପୂଜାର୍ଚ୍ଚନା କରିବା ଉଚିତ୍।ଏହି ବ୍ରତରେ ହଳଦିଆ ଫଳ, ହଳଦିଆ ଫୁଲ ଓ ତୁଳସୀ ଭଗବାନଙ୍କ ପାଖରେ ଅର୍ପଣ କରିବା ଉଚିତ୍।ଏଥସହ ସନ୍ତାନ ଗୋପାଳ ମନ୍ତ୍ର ଏହି ଦିନରେ ଜପ କରିବା ଉଚିତ । ଶେଷରେ ସ୍ବାମୀ-ସ୍ତ୍ରୀ ଉଭୟ ଏକାଠି ପ୍ରସାଦ ସେବନ କରିବା ଉଚତ୍

ଏହି ବ୍ରତର ସିଦ୍ଧ କରିବା ପାଇଁ ଗୋପାଳମନ୍ତ୍ର ଜପ କରିବା ଉଚିତ । ଗୋପାଳ ମନ୍ତ୍ର ହେଲା, “ ଓଁ କ୍ଲିଂ ଦେବକୀ ସୁତ ଗୋବିନ୍ଦ ବାସୁଦେବ ଜଗତ୍ପତେ, ଦେହି ମେ ତନୟଂ କୃଷ୍ଣ ତ୍ବାମହମ୍ ଶରଣମ୍ ଗତା’’  “ ଓଁ କ୍ଲିଂ କୃଷ୍ଣାଣାୟ ନମଃ’’

409 Views

   ସମ୍ବନ୍ଧିତ ଖବର