Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଫାଷ୍ଟ ଲେଡି ତିଆରି କଲେ ମାସ୍କ: କରୋନା ଯୋଦ୍ଧାଙ୍କ ପାଇଁ ପ୍ରେରଣା ସାଜିଛନ୍ତି ପ୍ରଥମ ମହିଳା

23/04/2020 at 5:18 PM

ନୂଆଦିଲ୍ଲୀ୨୩/୪: ଦେଶର ପ୍ରଥମ ମହିଳା ତଥା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ ଫେସ୍ ମାସ୍କ ସିଲେଇ କରିଛନ୍ତି। ନୂଆଦିଲ୍ଲୀର ପ୍ରେସିଡେଣ୍ଟ ଇଷ୍ଟେଟରେ ଥିବା ଶକ୍ତି ହାଟରେ ସେ ମାସ୍କ ସିଲେଇ କରିଛନ୍ତି । ଏଠାରେ ସିଲେଇ କରିଥିବା ଫେସ୍ ମାସ୍କଗୁଡ଼ିକୁ ଦିଲ୍ଲୀର ଅର୍ବାନ ସେଲଟରଗୁଡ଼ିକରେ ବିତରଣ କରାଯାଇଛି । ଦେଶର ପ୍ରଥମ ମହିଳାଙ୍କ ଏଭଳି କାର୍ଯ୍ୟ ଦେଖି ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ଦେଶରେ ଯେଉଁ ସଙ୍କଟଜନକ ପରିସ୍ଥିତିରେ ଉପୁଜିଛି। ତାହାକୁ ମୁକାବିଲା କରିବାକୁ କେବଳ ମାସ୍କ ପିନ୍ଧିବା, ସାଇନିଟାଇଜରେ ହାତ ସଫା କରିବା ଏବଂ ଘରେ ରହିଲେ, ଏହି ସମସ୍ୟାର ସମାଧାନ ହୋଇ ପାରିବେ। ଏହି ପରିପ୍ରେକ୍ଷୀରେ ଦେଶର ପ୍ରଥମ ମହିଳାଙ୍କ କାର୍ଯ୍ୟ ବାସ୍ତବରେ ପ୍ରଶଂସା ଯୋଗ୍ୟ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି।

ସମଗ୍ର ବିଶ୍ୱ ସମେତ ଭାରତ କରୋନା ଭାଇରସ ପାଇଁ ମୁକାବିଲା କରୁଥିବା ବେଳେ ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ ଫେସ୍ ମାସ୍କ ସିଲେଇ କରି ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଟ୍ବିଟ୍ କରି ଭିଡିଓ ସେୟାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି ଆସନ୍ତୁ ଆମେ ସମସ୍ତ ଭାରତୀୟ ଏକାଠି ହୋଇ କୋଭିଡ-୧୯ ଯୁଦ୍ଧରେ ସୈନିକଙ୍କ ଭଳି କାମ କରିବା ।

   Related Posts