ଫାଶି ଲଗାଇ ପରିବାରର ୫ ଜଣଙ୍କ ଆତ୍ମହତ୍ୟା !

Published By : Prameya-News7 Bureau | August 23, 2020 IST

ଟିକମଗଡ଼୨୩/୮: ରଶି ଲଗାଇ ଗୋଟିଏ ପରିବାର ୫ ଜଣଙ୍କ ଆତ୍ମହତ୍ୟା। ଟିକମଗଡ଼ ମଧ୍ୟ ପ୍ରଦେଶର ଟିକମଗଡ଼ରେ ଏକ ହୃଦୟ ବିଦାରକ  ଘଟଣା ଘଟିଛି । ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କ ମୃତ୍ୟୁ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି। ପୁଲିସର ସୂଚନା ମୁତାବକ  ଏହି ମାମଲା ଆତ୍ମହତ୍ୟା ବୋଲି ଜଣାପଡିଛି ।

 ଘଟଣାଟି ଟିକମଗଡ଼ ଜିଲ୍ଲାର ଖରଗାପୁର ଅଞ୍ଚଳର ଅଟେ। ଗୋଟିଏ ପରିବାରର ଏହି ୫ଜଣ ଏକା ସାଥିରେ ଏଭଳି କାମ କରିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ମିଳିଥିବା ସୂଚନା ମୁତାବକ, ମୃତକଙ୍କ ମଧ୍ୟରେ  ଧର୍ମଦାସ ସୋନୀ (୬୨) ,  ପୂନା ସୋନୀ ( ୫୫, ଧର୍ମଦାସ ସୋନୀଙ୍କ ସ୍ତ୍ରୀ ) , ମନୋହର ସୋନୀ (୨୭ , ଧର୍ମଦାସ ସୋନଙ୍କ ପୁଅ ) , ସୋନମ ସୋନୀ (୨୫, ମନୋହର ସୋନୀଙ୍କ ସ୍ତ୍ରୀ)  ଓ  ସାନିଧ୍ୟ ସୋନୀ ( ୪) । ୪ବର୍ଷର ପିଲାଙ୍କୁ ବୋଧହୁଏ ରଶିରେ ଲଟକା ଯାଇଛି । ପୁଲିସ୍‌ ଏହି ମାମଲାରେ ତଦନ୍ତ ଆରମ୍ଭ କରିଦେଇଛି । ଏବେ ପ୍ରକୃତ ଘଟଣା କଣ ସମସ୍ତେ ଜାଣିବାକୁ ଅପେକ୍ଷା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.