Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ପ୍ରସିଦ୍ଧ ଫ୍ୟାଶନ ଡିଜାଇନର ଶର୍ବରୀ ଦତ୍ତଙ୍କ ରହସ୍ୟମୟ ମୃତ୍ୟୁ : ତଦନ୍ତ ଚଳାଇଛି କୋଲକାତା ପୋଲିସ୍

18/09/2020 at 10:24 AM

କୋଲକାତା ୧୮/୯: ପ୍ରଖ୍ୟାତ ଫ୍ୟାଶନ୍ ଡିଜାଇନର ଶର୍ବରୀ ଦତ୍ତାଙ୍କର ପରଲୋକ ଘଟିଛି। ଶର୍ବରୀଙ୍କ ଶବ ତାଙ୍କ କୋଲକାତା ସ୍ଥିତ ବାସଭବନର ବାଥରୁମରୁ ଉଦ୍ଧାର ହୋଇଛି। ଶର୍ବରୀଙ୍କ ମୃତ୍ୟୁର କାରଣ ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ।

ପୋଲିସର କହିବା ମୁତାବକ ବାଥରୁମରୁ ପାଖାପାଖି ରାତି ୧୨ଟାରେ ଶର୍ବରୀଙ୍କ ଶବ ଜବତ କରାଯାଇଛି। ସୂଚନା ମିଳିବା ମାତ୍ରେ କୋଲକାତା ପୋଲିସ୍ ତୁରନ୍ତ ଘଟଣାସ୍ଥଳ​‌ରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଶର୍ବରୀଙ୍କ ପରିବାର ଲୋକଙ୍କ କହିବା ମୁତାବକ ୬୩ବର୍ଷ ବୟସ୍କା ଶର୍ବରୀଙ୍କୁ ଶେଷ ଥର ମଙ୍ଗଳବାର ରାତିରେ ଡିନର କରିବାବେଳେ ଦେଖାଯାଇଥିଲା। ଏହା ପରଠୁ ସେ କାହା ସହିତ କଥା ହୋଇନଥିଲେ।

ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେ ଶର୍ବରୀଙ୍କ ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଛି। କିନ୍ତୁ ତାଙ୍କ ପରିବାର ଲୋକେ କହିଛନ୍ତି ଯେ ସେ ପୂରା ଠିକ୍ ଥିଲେ। କୋଲକାତା ପୋଲିସ୍ ମାମଲାର ତଦନ୍ତ କରୁଛି। ବର୍ତ୍ତମାନ ତାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।

ଶର୍ବରୀ ପ୍ରସିଦ୍ଧ ବଙ୍ଗାଳୀ କବି ଅଜିତ ଦତ୍ତଙ୍କ ଝିଅ। ଶର୍ବରୀ ଜଣେ ପ୍ରସିଦ୍ଧ ଫ୍ୟାଶନ ଡିଜାଇନର ଥିଲେ।

 

   Related Posts