Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ରାଇରଙ୍ଗପୁର : ଗୁଣିଗାରେଡି ସନ୍ଦେହକୁ ନେଇ ହତ୍ୟାକାଣ୍ଡ : ୩ ସୁପାରୀ କିଲର ଗିରଫ
  • ||

ବଲିଉଡରେ ଡେବ୍ୟୁ କରିବେ ଫ୍ୟାଶନ୍ ଡିଜାଇନର୍ ମନୀଷ ମାଲହୋତ୍ରା, ୧୯୪୭ ବିଭାଜନ ଉପରେ କରିବେ ଫିଲ୍ମ

16/07/2021 at 5:40 PM

ମୁମ୍ବାଇ ୧୬/୦୭ : ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରା ଫ୍ୟାଶନ୍ ଦୁନିଆରେ ନିଜର ଜଲୱା ଦେଖାଇବା ପରେ ଏବେ ବଲିଉଡରେ ନିର୍ଦ୍ଦେଶକ ଭାବରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଜଣାଶୁଣା ଫ୍ୟାଶନ୍ ଡିଜାଇନର୍ ମନୀଷ ଖୁବ୍ ଶୀଘ୍ର କରଣ ଜୋହରଙ୍କ ବ୍ୟାନର ଧର୍ମା ପ୍ରଡକ୍ସନ୍ସ ମାଧ୍ୟମରେ ନିର୍ଦ୍ଦେଶକ ଭାବରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବାକୁ ଯାଉଛନ୍ତି।

ଧର୍ମା ପ୍ରଡକ୍ସନ୍ସର ଏକ ସୂତ୍ର ହିନ୍ଦୁସ୍ତାନ ଟାଇମ୍ସକୁ କହିଛି ଯେ, “ବିଭାଜନର ପୃଷ୍ଠଭୂମି ଉପରେ ଆଧାରିତ ଫିଲ୍ମ ଏକ ମ୍ୟୁଜିକାଲ ଲଭ ଷ୍ଟୋରୀ। ଯାହାର କାହାଣୀ ଏବଂ ସ୍କ୍ରିପ୍ଟ ମନୀଷ ମାଲହୋତ୍ରା ଲେଖିଛନ୍ତି। ମନୀଷ ଆଗରୁ ହିଁ ପୁରା ସ୍କ୍ରିପ୍ଟ ପ୍ରସ୍ତୁତ କରିସାରିଛନ୍ତି ଏବଂ ଶୀଘ୍ର ଏହାର କାଷ୍ଟିଂ ଆରମ୍ଭ କରିବେ।”

ଖବର ଅନୁଯାୟୀ, ୧୯୪୭ ବିଭାଜନର ପୃଷ୍ଠଭୂମି ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ଏକ ସଂଗୀତ ପ୍ରେମ କାହାଣୀ। ଫିଲ୍ମର ଟାଇଟଲ୍ ଏବଂ ଏହାର କାଷ୍ଟର ନାମ ଚୂଡାନ୍ତ ହୋଇନାହିଁ କିନ୍ତୁ ଶୀଘ୍ର ଏହାର ପ୍ରକ୍ରିୟା ଆରମ୍ଭ ହେବ।ମନୀଷ ମଲହୋତ୍ରା ଭାରତର ଜଣେ ପ୍ରମୁଖ ଡିଜାଇନର୍ ଅଟନ୍ତି। ଫ୍ୟାଶନ ଇଣ୍ଡଷ୍ଟ୍ରିରେ ମନୀଷ ମଲହୋତ୍ରା ଏକ ବଡ ନାମ। ୩୦ ବର୍ଷ ବ୍ୟାପୀ ତାଙ୍କ କ୍ୟାରିଅରରେ ସେ ବଲିଉଡର ପ୍ରାୟ ସମସ୍ତ ପିଢ଼ି ପାଇଁ ପୋଷାକ ଡିଜାଇନ୍ କରିଛନ୍ତି।

ସ୍ୱର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଠାରୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ସାରା ଅଲି ଖାନ, କିଆରା ଆଡଭାନୀ, କ୍ୟାଟ୍ରିନା କୈଫ, ଭୁମି ପେଡନେକର, ଆଲିଆ ଭଟ୍ଟ, କରୀନା-କରିସ୍ମା କପୁର ଭଳି ପ୍ରସିଦ୍ଧ ତାରକାମାନେ ତାଙ୍କ ଦ୍ୱାରା ଡିଜାଇନ କରାଯାଇଥିବା ପୋଷାକ ବହନ କରିଛନ୍ତି।

ଅଭିନେତ୍ରୀମାନଙ୍କ ବ୍ୟତୀତ ଶାହରୁଖ ଖାନ, ଅମିତାଭ ବଚ୍ଚନ, ରଣବୀର କପୁରଙ୍କ ଭଳି ତାରାମାନେ ମନୀଷ ମଲହୋତ୍ରାଙ୍କ ଦ୍ୱାରା ଡିଜାଇନ ଶେରୱାନି ଏବଂ କୁର୍ତ୍ତାରେ ନଜର ଆସିଛନ୍ତି। ଏହା ବ୍ୟତୀତ ମନୀଷ ୮୦୦ ରୁ ଅଧିକ ଚଳଚ୍ଚିତ୍ର ପାଇଁ ମଧ୍ୟ ପୋଷାକ ଡିଜାଇନ୍ କରିଛନ୍ତି।

   Related Posts