ଫ୍ୟାସନ୍ ଡିଜାଇନର ଏବଂ ଚାକରଙ୍କୁ ହତ୍ୟା : କାରଣ ଜାଣିଲେ ହେବେ ଆଶ୍ଟର୍ଯ୍ୟ
15/11/2018 at 6:48 PM

ନୂଆଦିଲ୍ଲୀ ୧୫/୧୧: ଦିଲ୍ଲୀର ବସନ୍ତକୁଞ୍ଜଠାରେ ଫ୍ୟାସନ୍ ଡିଜାଇନର ମାଲା ଲଖାନୀ(୫୩) ଏବଂ ତାଙ୍କ ଚାକର ବାହାଦୁରଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଛି। ଦୁଇଜଣଙ୍କ ଶବ ମାଲାଙ୍କ ଘରୁ ଉଦ୍ଧାର କରାଯାଇଛି। ପୋଲିସଙ୍କ କହିବାନୁସାରେ ମାଲାଙ୍କ ବୁଟିକରେ କାମ କରୁଥିବା ୩ଜଣ ଦର୍ଜୀ ଲୁଟ୍ କରିବା ଉଦ୍ଦେଶ୍ୟରେ ଏହି କାଣ୍ଡ ଭିଆଇଥିଲେ। ଅଭିଯୁକ୍ତ ଦର୍ଜୀଙ୍କ ନାଁ ରାହୁଲ ଅନଓ୍ବର,ରହମତ ଏବଂ ଓ୍ବସିମ୍। ତେବେ ପୋଲିସର ଖୋଳତାଡ ପରେ ଏମାନେ ଥାନାକୁ ଯାଇ ଆତ୍ମସମର୍ପଣ କରିଛନ୍ତି।
ଅଭିଯୁକ୍ତମାନେ ୧୦ଦିନ ପୂର୍ବରୁ ହତ୍ୟାର ଯୋଜନା କରିଥିଲେ। ଗତକାଲି ରାତିରେ ପୋଷାକର ଡିଜାଇନ୍ ଦେଖିବା ବାହାନା କରି ମାଲାଙ୍କ ଘରକୁ ପ୍ରବେଶ କରିଥିଲେ। ଏହା ପରେ ତାଙ୍କୁ ଛୁରୀ ଭୁଷି ହତ୍ୟା କରିଥିଲେ। ସେହି ସମୟରେ ତାଙ୍କ ଚାକର ବାହାଦୁର ଆସିଯିବାରୁ ତାଙ୍କୁ ମଧ୍ୟ ହତ୍ୟା କରିଥିଲେ।
ହତ୍ୟା କରିସାରିବାପରେ ସେମାନେ ମାଲାଙ୍କ ହ୍ୟୁଣ୍ଡାଇ ଗାଡ଼ି ଲୁଟ୍ କରି ନେଇଯାଇଥିଲେ। ବର୍ତ୍ତମାନ ଦିଲ୍ଲୀ ପୋଲିସ ଲୁଟ୍ ହୋଇଥିବା ଜିନିଷ ଏବଂ କାର୍ ଜବତ କରିଛି। ସାମାନ୍ୟ ପୋଷାକ ଚୋରୀ ପାଇଁ ଦୁଇଜଣଙ୍କୁ ହତ୍ୟା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।