Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଖେଳ ପରେ ଏବେ ମଡେଲିଂରେ ଜଲୱା ଦେଖାଇଲେ ଗୋଲ୍ଡେନ୍‌ ବୟ ନୀରଜ୍‌ ଚୋପ୍ରା : ଭାଇରାଲ୍‌ ହେଉଛି ଫଟୋ..

7/10/2021 at 9:33 AM

ମୁମ୍ବାଇ ୦୭/୧୦ : ଭାରତର ଗୋଲ୍ଡେନ୍‌ ବୟ ନୀରଜ ଚୋପ୍ରାଙ୍କ ଜଲଓ୍ଵା ଏବେ ସବୁଆଡ଼େ ଚର୍ଚ୍ଚା ଜୋର ଧରିଛି । କୋଟି କୋଟି ହୃଦୟରେ ରାଜ୍‌ କରୁଛନ୍ତି ନୀରଜ୍‌ ଚୋପ୍ରା । ଖେଳ ଦୁନିଆରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପରେ ନୀରଜଙ୍କର ଆଉ ଏକ ପ୍ରତିଭା ଏବେ ସମସ୍ତଙ୍କୁ ଚମକାଇ ଦେଇଛି। ଖେଳ ଓ ଆକ୍ଟିଂ ବ୍ୟତୀତ ନୀରଜ ଏବେ ଫ୍ୟାସନ ଜଗତରେ ବି ନିଜ ପାଦ ଥାପିଛନ୍ତି ।

ନିକଟରେ ନୀରଜଙ୍କର ଏକ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ଫେମସ୍‌ ଡିଜାଇନର ରୋହିତ ବଳଙ୍କ ଆଉଟ୍‌ଫିଟ୍‌ସରେ ଖୁବ୍‌ ସୁନ୍ଦର ନଜର ଆସିଛନ୍ତି । ଏହି ଫଟୋ ସୁଟ୍‌ ବେଳର ଫଟୋକୁ ନୀରଜ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଆକାଉଣ୍ଟରେ ସେୟାର କରିଛନ୍ତି। ନୀରଜ ଏହି ସ୍ପେଶାଲ ଫଟୋସୁଟ୍‌ ଟ୍ରାଡିସନାଲ ଆଉଟ୍‌ଫିଟ୍‌ରେ ନଜର ଆସିଛନ୍ତି । ଏହି ଏଥନିକ୍‌ ଡ୍ରେସ୍‌ରେ ନୀରଜ ପୂରା ସୁନ୍ଦର  କ୍ଲାସିକ୍‌ ଲାଗୁଛନ୍ତି। କୁର୍ତ୍ତା ଓ ଶେରବାନୀରେ ନୀରଜ ଲୋକଙ୍କୁ ଇମ୍ପରେସ୍‌ କରିବା ସହ ତାଙ୍କ ଥିବା ଝିଅ ଫ୍ୟାନ୍ସ ତାଙ୍କ ଏହି ଫଟୋ ଦେଖି ଦିୱାନୀ ହୋଇ ଯାଇଛନ୍ତି । ସେ କେଉଁ ମଡେଲ ଠାରୁ କମ୍‌ ଦେଖା ଯାଉ ନାହାନ୍ତି ।

ତେବେ ଏହି ଫଟୋ ସେୟାର କରି ନୀରଜ କ୍ୟାପସନ୍‌ରେ ଲେଖିଛନ୍ତି, ଗତ ମାସରେ ଡିଜାଇନର ରୋହିତ ବଳଙ୍କୁ ସାକ୍ଷାତ କରିବାକୁ ଓ ତାଙ୍କ ଆଉଟ୍‌ଫିଟ୍‌ରେ ଫଟୋସୁଟ୍‌ କରିବା ସୁଯୋଗ ପାଇଥିଲି। ତାଙ୍କ ଏଲିଗେଣ୍ଟ, କ୍ଲାସିକ୍‌ ଏଥନିକ୍‌ ୱେୟାର ଓ ଡିଜାଇନ୍‌ ମୋତେ ଖୁବ୍‌ ପସନ୍ଦ ଆସିଛି। ଖୁବ୍‌ଶୀଘ୍ର ଏହାକୁ ମୁଁ ମୋ ଓ୍ଵାର୍ଡରୋବରେ ସାମିଲ କରିବି।

ଏନେଇ ରୋହିତ ଲେଖିଛନ୍ତି  ଭାରତରୁ ବିଶ୍ବ ପର୍ଯ୍ୟନ୍ତ ସମସ୍ତଙ୍କ ପସନ୍ଦିଦା ପିଲା ।ସ୍ବର୍ଣ୍ଣ ପଦକ ବିଜେତା ଟୋକିଓ ୨୦୨୦। ତେବେ ଅଲମ୍ପିକରେ ଗୋଲ୍ଡ ମେଡାଲ ଜିତିବା ପରେ ନୀରଜ ଚୋପ୍ରା ସମସ୍ତଙ୍କର ପ୍ରଥମ ପସନ୍ଦ ପାଲଟିଛନ୍ତି। ଏଣୁ ଏବେ ସବୁ କମ୍ପାନୀ ତାଙ୍କୁ ନିଜ ବ୍ରାଣ୍ଡ୍‌ ଆମ୍ବାସାଡର କରିବାକୁ ଚାହୁଁଛନ୍ତି।

   Related Posts