ନିର୍ଭୟା ଦୋଷୀଙ୍କ ଫାଶୀ ଲାଗି ରାସ୍ତାକୁ ଓହ୍ଲାଇଲେ କଲେଜ ଛାତ୍ରଛାତ୍ରୀ, ଭଦ୍ରକ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦେଲେ ଦାବିପତ୍ର

Published By : Prameya-News7 Bureau | February 05, 2020 IST

ଭଦ୍ରକ ୦୫।୦୨:  ଦେଶରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଆଯିବା ନେଇ ବିଭିନ୍ନ କୋର୍ଟରେ ମାମଲା ଚାଲୁରହିଛି । କେତେବେଳେ କୋର୍ଟ ଫାଶୀ ଦଣ୍ଡାଦେଶ ପାଇଁ ରାୟ ଶୁଣାଉଛନ୍ତି । ତ ଆଉ କେତେବେଳେ ଅନ୍ୟ କୋର୍ଟ ଫାଶୀ ଉପରେ ରୋକ ଲଗାଉଛନ୍ତି । ଦୋଷୀଙ୍କ ଫାଶୀକୁ ନେଇ ନିର୍ଭୟା ମାଆ ଓ ଦେଶର ବିଭିନ୍ନ ଆଇନଜୀବୀ ମହାଁମୁହିଁ ହୋଇଛନ୍ତି । ଦେଶର କିଛି ବରିଷ୍ଠ ଆଇନଜୀବୀମାନେ ଦୋଷୀଙ୍କ ଫାଶୀ ବଦଳରେ କ୍ଷମା କରିବା ସପକ୍ଷରେ ଚୁକ୍ତ ବାଢୁଥିବା ବେଳେ ଅନ୍ୟ କେହି ଦୋଷୀଙ୍କ ତୁରନ୍ତ ପାଶୀ ଦେବାକୁ ସ୍ବର ଉଠାଇଛନ୍ତି । ତେବେ  ନିର୍ଭୟା ଦୋଷୀ ଙ୍କୁ ଖୁବ ଶୀଘ୍ର ଫାଶୀ ପାଇଁ ଭଦ୍ରକରେ ଛାତ୍ରଛାତ୍ରୀମାନେ ଏକ ପଦ ଯାତ୍ରା  କରିଛନ୍ତି ।

{"id":220527,"width":577,"height":325,"sizeSlug":"large"}

ଛାତ୍ରଛାତ୍ରୀମାନେ ପଦଯାତ୍ରା ମାଧ୍ୟମରେ ଜିଲ୍ଲାପାଳଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟ ରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି  । ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ପଦଯାତ୍ରା କରିଛନ୍ତି । ଭଦ୍ରକ ମହାବିଦ୍ୟାଳୟ ପରିସର ରୁ ପଦଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯାଳୟ ପର୍ଯ୍ୟନ୍ତ ଆସିଥିଲେ । ନିର୍ଭୟା ଦୋଷୀଙ୍କୁ ଫାଶୀ ପାଇଁ ବାରମ୍ବାର ତାରିଖ ଧାର୍ଯ୍ୟ ହେଉଥିବା ବେଳେ ପୁଣି ଫାଶୀ ତାରିଖ ଟଳିଯାଉଛି । ସମସ୍ତଙ୍କ ମନରେ ଫାଶୀ କୁ ନେଇ ଦ୍ଵନ୍ଦ ଦେଖାଯାଉଛି । ତେବେ ଦୋଷୀ ଙ୍କୁ ଶୀଘ୍ର ଫାଶୀ ଦାବିରେ ଛାତ୍ରଛାତ୍ରୀ ମାନେ ରାଷ୍ଟ୍ରପତିଙ୍କ  ଉଦ୍ଦେଶ୍ୟ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । 

{"id":220528,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.