Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଫରୁଖାବାଦରେ ଅଜଣା ଜ୍ୱର ଆତଙ୍କ: ୧୩ ଦିନରେ ୪୦ ଲୋକଙ୍କ ମୃତ୍ୟୁ

15/05/2021 at 2:41 PM

ଫରୁଖାବାଦ୧୫/୫: ଫରୁଖାବାଦ ମହମ୍ମଦାବାଦ କସ୍ୱାରେ ଗତ କିଛିଦିନ ହେବ ଅଜଣା ଜ୍ୱର ଆତଙ୍କ ଦେଖାଦେଇଛି । ଫଳରେ ୧୩ ଦିନରେ ପାଖାପାଖି ୪୩ ଜଣଙ୍କ ଜୀବନ ଗଲାଣି । ତେବେ ଖବର ପାଇବା ପରେ ସ୍ୱାସ୍ଥ୍ ବିଭାଗ ପରକ୍ଷରୁ କୌଣସି ପଦକ୍ଷେପ ନିଆଯାଇନି । ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ଲୋକ ଜ୍ୱାର କାଶ, ଥଣ୍ଡାରେ ପୀଡିତ ଅଛନ୍ତି । ଜ୍ୱର ହେବା ପରେ ଏମାନେ ଦେଶୀ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି । ଫଳରେ ଗୋଟିଏ ଦିନରେ ୮ ଜଣଙ୍କ ମୃତ୍ୟ ହୋଇଥିବା ଅଭିଯୋଗ ହୋଇଛି ।

୮ ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ରହିଛନ୍ତି । କରୋନା କାଳରେ ଏଠାରେ ଏମିତି ଅଜଣା ରୋଗ ସମସ୍ତଙ୍କ ଚିନ୍ତାକୁ ବଢାଇଦେଇଛି । ପଞ୍ଚାୟତର ସ୍ୱାସ୍ଥ୍ୟବସ୍ଥାକୁ ନଜର ପକାଇଲେ ଜଣାପଡେ ଯେ, ହ୍ୟାଣ୍ଡପମ୍ପ ସବୁ ଖରାପ ହୋଇ ପଡିଛି । ଫଳରେ ପିଇବା ପାଣି ପାଇଁ ଲୋକେ ଏକାଠି ଚଳପ୍ରଚଳ କରୁଛନ୍ତି । ଯେଉଁଥିପାଇଁ ରୋଗ ବ୍ୟାପୁଥିବା ଆଶଙ୍କା କରାଯାଉଛି । ଗାଁରେ କୌଣସି ପ୍ରକାରର ବିଶୋଧନକୁ ଗୁରୁତ୍ୱ ଦିଆଯାଉନି । ଗାଁରେ ଘରେ ଘରେ ରୋଗ ଥିବାବେଳେ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦିଆଯାଉନଥିବା ବଡ ସମସ୍ୟା ସୃଷ୍ଟି କରିଛି ।

   Related Posts