ମଡେଲଙ୍କ ହଟ୍ ଫଟୋ ସୁଟ୍ ସୋସାଲ ମିଡିଆରେ ଲଂଘିଲା ସୀମା ସରହଦ, ଜାଣନ୍ତୁ କିଏ ଏହି ମଡେଲ
20/05/2019 at 3:07 PM

ସୋସାଲ ମିଡିଆରେ ସେକ୍ସି ମଡେଲମାନଙ୍କ ଫଟୋସୁଟ୍ ଛବି ଭାଇରାଲ ହେବା କିଛି ନୂଆ କଥା ନୁହେଁ। ହେଲେ ଏବେ ଜଣେ ମଡେଲଙ୍କ ହଟ୍ ଫଟୋସୁଟ୍ ଆପଣଙ୍କ ହୋସ ଉଡାଇଦେବ ନିଶ୍ଚିତ। ଏହି ମଡେଲ ଜଣକ ହେଉଛନ୍ତି ଫରାହ କଦର। ପ୍ରାୟଦିନ ଫରାହଙ୍କ ଫଟୋ ସୋସାଲ ମିଡିଆରେ ଭାଇରାଲ ହେଉଛି। ହେଲେ ନିକଟରେ ସେ କରାଇଥିବା କିଛି ଫଟୋ ସୁଟ୍ ସୋସାଲ ମିଡିଆରେ ପୋଷ୍ଟ କରିବା ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ଏହି ଫଟୋ ସବୁ ସୋସାଲ ମିଡିଆରେ ଏବେ ଦେଶରେ ଗ୍ରୀଷ୍ମ ଋତୁ ବୋଲି ଫଲୋରଙ୍କୁ ମନେ ପକାଇ ଦେଉଛି। ଫରାହଙ୍କ ହଟନେସ୍ ଦେଖିଲେ ଆପଣ ବାକି ମଡେଲ ଓ ଅଭିନେତ୍ରୀଙ୍କୁ ବି ଭୁଲି ଯିବେ। ତେବେ ଆସନ୍ତୁ ଜାଣିବା ଏହି ମଡେଲ ତଥା ଅଭିନେତ୍ରୀଙ୍କ ସମ୍ପର୍କରେ।

ମଡେଲିଂ ବାସ୍ତବିକ କଷ୍ଟସାଧ୍ୟ। ଯିଏ ଏ କାମ କରୁଛନ୍ତି ସେ ଜାଣନ୍ତି ଏଥିପାଇଁ ତାଙ୍କୁ କ’ଣ ସବୁ କରିବାକୁ ପଡୁଛି । ତେବେ ଅନେକ ସମୟରେ ପ୍ରସିଦ୍ଧି ଅର୍ଜନ କରିବା ପାଇଁ ମଡେଲ ଯେକୌଣସି ସୀମା ସରହଦ ପାର କରିବାକୁ ବି ପଛାନ୍ତିନି। ଯେମିତି ମଡେଲ ଫରାହ କଦର। ୨୦୧୬ ମସିହାରେ ବଲିଉଡକୁ ଏଣ୍ଟ୍ରିମାରିଥିଲେ ଫରାହ। ତାଙ୍କର ଡେବ୍ୟୁ ମୁଭି ଥିଲା ଓମପୁରୀଙ୍କ ସହ ‘ମରଠାଓ୍ବାଡ’। ଦେଶରେ ଚାଷୀ ଆତ୍ମହତ୍ୟାକୁ ନେଇ ପ୍ରସ୍ତୁତ ଏହି ଫିଲ୍ମରେ ଜୀବନ୍ତ ଅଭିନୟ କରିଥିଲେ ଫରାହ । ତା ପର ବର୍ଷ ଅର୍ଥାତ ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ‘ଘୋଷ୍ଟ ଷ୍ଟୋରି’ରେ ମଧ୍ୟ ତାଙ୍କୁ ଦେଖା ଯାଇଥିଲା। ତେବେ ବଡପରଦାରେ ତାଙ୍କୁ ଯେଉଁଭଳି ସଫଳତା ମିଳିବା କଥା ତାହା ମିଳିପାରି ନାହିଁ।

ତେବେ ମଡେଲିଂ ଦୁନିଆରେ ସେ ପ୍ରାୟ ଚର୍ଚ୍ଚାରେ ରହୁଛନ୍ତି। ନିଜର ରୂପ ଲାବଣ୍ୟକୁ ପାଇଁ ନିଜକୁ ଗର୍ବିତ ଅନୁଭବ କରୁଥିବା ଫରାହ ସୋସାଲ ମିଡିଆରେ ଏବେ ସମସ୍ତଙ୍କ ପାଇଁ ନିଜକୁ ଉନ୍ମୁକ୍ତ କରିଦେଇଛନ୍ତି। ସୋସାଲ ମିଡିଆରେ ତାଙ୍କର ଫୁଙ୍ଗୁଳା ଫଟୋ ଦେଖିଲେ ଯେ କେହି ବି ଫରାହଙ୍କୁ ବୋଲ୍ଡ କହିବେ, ଏଥିରେ ସନ୍ଦେହ ନାହଁ। ସେ ଦେଇଥିବା ଏକ ସାକ୍ଷାତକାରର ବାସ୍ତବିକ କହିଥିଲେ ‘ଭିଡରେ ମୁଁ ହଜି ଯିବାକୁ ଚାହେଁନି, ବରଂ ଭିଡ ଭିତରେ ନିଜକୁ ଛିଡା କରାଇବାକୁ ପସନ୍ଦ କରେ’। ଯାହା ଏବେ ତାଙ୍କ ଇଂଷ୍ଟାଗ୍ରାମ ପେଜରେ ସେ କରିଥିବା ‘ଫ୍ରି ଦ ନିପଲ ’ ପୋଷ୍ଟ ପ୍ରମାଣିତ କରୁଛି। କେବଳ ପୋଷ୍ଟ ନୁହେଁ ଲିଙ୍ଗଗତ ବିଭେଦତା ବିରୋଧରେ ଏକ କବିତା ମଧ୍ୟ ପୋଷ୍ଟ କରିଛନ୍ତି ।