ଅନୁଚ୍ଛେଦ-୩୭୦ ହଟିବା ପରେ ପ୍ରଥମ ଥର ପାଇଁ ସଂସଦ ଅଧିବେଶନରେ ସାମିଲ ‌ହେବେ ପାରୁଖ ଅବଦୁଲ୍ଲା

Published By : Prameya-News7 Bureau | September 13, 2020 IST

ଶ୍ରୀନଗର ୧୩/୦୯: ନାସନାଲ କନପରେନ୍ସ ଅଧ୍ୟକ୍ଷ ଓ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ପାରୁଖ ଅବଦୁଲ୍ଲା ଆସନ୍ତା ମୌସୁମୀ ଅଧିବେଶନରେ ସାମିଲ ହେବେ। ପାରୁଖ କୌଣସି ଅଧିବେଶନରେ ଗୋଟେ ବର୍ଷରୁ ଅଧିକ ସମୟ ପରେ ସାମିଲ ହେବାକୁ ଯାଉଛନ୍ତି। ଗତବର୍ଷ ଅଗଷ୍ଟ ୫ ତାରିଖରେ ଅନୁଚ୍ଛେଦ-୩୭୦କୁ ହଟାଯିବା ପରେ ପାରୁଖଙ୍କ ସମେତ ଘାଟିର ଅନେକ ନେତାଙ୍କୁ ନଜରବନ୍ଦୀ କରାଯାଇଥିଲା।

ତେବେ ପାରୁଖ ସଂସଦରେ ସାମିଲ ହେବେ ବୋଲି କହିଛନ୍ତି। ପ୍ରଶ୍ନ ପଚାରିବା ପାଇଁ କିଛି କଟକଣା ରଖାଯାଇ ନାହିଁ। ​‌ଅବଶ୍ୟ ସେମାନଙ୍କୁ ନିତିଦିଦ ଚାରି ଘଂଟା ବସିବାକୁ ହେବ। ଏ ସବୁ ସତ୍ବେ ପାରୁଖ ବିଭିନ୍ନ ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି।

ଜମୁ-କଶ୍ମୀରର ଅନେକ ନେତା ଏବେ ବି ନଜରବନ୍ଦୀ ଥିବାରୁ ସେ ଏହି ଅଧିବେଶନରେ ନଜର ଆସିବେ। ଏପରିକି ମାର୍ଚ ପର୍ଯ୍ୟନ୍ତ ତାଙ୍କୁ ମଧ୍ୟ ନଜରବନ୍ଦୀ ରଖାଯାଇଥିଲା। ଅନ୍ୟପକ୍ଷେ ଗତବର୍ଷ ଅନୁଚ୍ଛେଦ-୩୭୦ ହଟିବା ପରେ ବହୁ ବିରୋଧୀ ନେତା ଦାବି କରିଥିଲେ ଯେ ସଂସଦ ଅଧିବେଶନରେ ଉପସ୍ଥିତି ହେବା ନେଇ ପାରୁଖଙ୍କୁ ଅନୁମତି ଦିଆଯାଉ। କରୋନା କାଳରେ ବହୁ ପରିବର୍ତନ ସହ ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ସେପ୍ଟେମ୍ବର ୧୪ରୁ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ଏହା ପୂର୍ବରୁ ହୋଇଥିବା ସଂସଦ ଅଧିବେଶନକୁ ମାର୍ଚ ୨୫ରେ ଶେଷ  ହୋଇଥିଲା। ତେବେ ଏଥର ଅଧିବେଶନରେ ପ୍ରଶ୍ନକାଳ ରହିବ ନାହିଁ। ସବୁ ସାଂସଦଙ୍କ କରୋନା ଟେଷ୍ଟ କରାଯିବ। ଏହା ସହ ସାଂସଦଙ୍କ ମଧ୍ୟରେ ସାମାଜିକ ଦୂରତ୍ବ ପାଳନ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.