ପୁଣି ଫାରୁକ ଅବଦୁଲ୍ଲାଙ୍କ ବିବାଦୀୟ ବୟାନ ; ‘ସମ୍ମାନର ସହ ଜାମ୍ମୁ କାଶ୍ମୀର ଭାରତର ଅଂଶଭାବେ ରହିବ କି ନାହିଁ, ନିଶ୍ଚୟ କରିବ ୧୯ ନିର୍ବାଚନ’

Published By : Prameya-News7 Bureau | April 14, 2019 IST

କାଶ୍ମୀର ୧୪|୪: ପୁଣି ତେଜିଲା ଜମ୍ମୁ କାଶ୍ମୀରକୁ ନେଇ ରାଜନୀତି । ୨୦୧୯ ଲୋକସଭା ନିର୍ବାଚନ ନିଶ୍ଚିତ କରିବ ଜମ୍ମୁ କାଶ୍ମୀର ସମ୍ମାନର ସହ ଭାରତର ଅଭିଚ୍ଛେଦ୍ୟ ଅଙ୍ଗଭାବେ ରହିବ ନା ନାହିଁ । ଏମିତି କହିଛନ୍ତି ନ୍ୟାସନାଲ କନଫରେନ୍ସ ନେତା ତଥା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା । ଗଣ୍ଡେରବାଲର ଖାନ୍ୟାର ଓ କଙ୍ଗନ ଅଞ୍ଚଳରେ ଏକ ନିର୍ବାଚନୀ ରାଲିରେ ଉଦବୋଧନ ଦେଇ ଏମିତି କହିଛନ୍ତି ଫାରୁକ ଅବଦୁଲ୍ଲା । ଦେଶର ଏକତା, ଅଖଣ୍ଡତା ଏବଂ ଧର୍ମନିରପେକ୍ଷତା ବଜାୟ ରଖିବାପାଇଁ ଲୋକଙ୍କୁ ଭୋଟ୍ ଦେବାକୁ ଫାରୁକ ଦେଇଛନ୍ତି ଆହ୍ବାନ । ଜାତି ଧର୍ମ ନିର୍ବିଶେଷରେ ଏଥର ଦେଶର ସାଧାରଣ  ଜନତା ସମ୍ମାନର ସହ ବଞ୍ଚି ପାରିବ କି ନାହିଁ ୧୯ ସାଧାରଣ ନିର୍ବାଚନ ଏହା ନିଶ୍ଚୟ କରିବ ବୋଲି କହିଛନ୍ତି ଫାରୁକ୍ । ବିଜେପି ଏବଂ ଏହାର ସହଯୋଗୀ ଦଳଙ୍କ ମିଥ୍ୟା ପ୍ରଚାରକୁ ମାତ୍ ଦେବାକୁ ହେଲେ କାଶ୍ମୀରବାସୀଙ୍କୁ ଉଚିତ୍ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରିବାକୁ ହେବ । ଏବେ ଦେଶରେ କିଛି ତତ୍ତ୍ବ କାଶ୍ମୀରକୁ ଦିଆଯାଇଥିବା ସ୍ବତନ୍ତ୍ର ମାନ୍ୟତା, ସ୍ବତନ୍ତ୍ର ପରିଚୟ ଏବଂ ସେମାନଙ୍କର ଗୌରବମୟ ଇତିହାସକୁ ବିଗାଡିବାକୁ ଚକ୍ରାନ୍ତ ଚଳାଇଛନ୍ତି । ଏହାର ମୁହଁତୋଡ ଜବାବ ଦେବାକୁ ହେବ ବୋଲି ଫାରୁକ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି ଫାରୁକ୍ । ୫ ବର୍ଷର ଶାସନକାଳରେ ମୋଦି ସବୁ କ୍ଷେତ୍ରରେ ବିଫଳ ହୋଇଛନ୍ତି ବୋଲି ଫାରୁକ୍ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.