Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଜାମ୍ମୁ-କାଶ୍ମୀରରେ ପୁଣି ଥରେ ଧାରା ୩୭୦ ପାଇଁ ବିରୋଧୀଙ୍କ ମେଣ୍ଟ ଗଠନ, ଫାରୁକ କହିଲେ- ଆମେ ବିଜେପି ବିରୋଧୀ, ଦେଶ ବିରୋଧୀ ନୁହେଁ

24/10/2020 at 5:44 PM

ଶ୍ରୀନଗର ୨୪।୧୦: ଜାମ୍ମୁ-କାଶ୍ମୀରରେ ଅନୁଚ୍ଛେଦ ୩୭୦କୁ ପୁନର୍ବାର ଲାଗୁ କରିବା ଏବଂ ଧାରା ୩୫ଏ ପୁନର୍ବାର ହାସଲ କରିବା ପାଇଁ କାଶ୍ମୀରର ସମସ୍ତ ବିରୋଧୀ ଦଳ ଏକଜୁଟ ହୋଇଛନ୍ତି। ଶନିବାର ଗୁପକର ଘୋଷଣା ପାଇଁ ଗଠିତ ‘ପିପୁଲ୍ସ ଆଲିୟାନ୍ସ’ର  ବୈଠକ ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ଘରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ନ୍ୟାସନାଲ କନଫରେନ୍ସ, ପିଡିପି ବ୍ୟତୀତ କାଶ୍ମୀରର ଅନ୍ୟ ପାର୍ଟିର ନେତା ମଧ୍ୟ ସାମିଲ ଥିଲେ। ବୈଠକରେ ଫାରୁକ ଅବଦୁଲ୍ଲାଙ୍କୁ ପିପୁଲ୍ସ ଆଲିୟାନ୍ସ ଫର ଡିକ୍ଲାରେସନର ସଭାପତି ଓ ମେହବୁବା ମୁଫତିଙ୍କୁ ଉପ ସଭାପତି ଘୋଷଣା କରାଯାଇଛି।  ବୈଠକରେ ଫାରୁକ ଅବଦୁଲ୍ଲା କହିଛନ୍ତି, ଆମେ ଦେଶ ବିଜେପି ବିରୋଧୀ, ଦେଶୀ ବିରୋଧୀ ନୁହଁ।

ଗଣମାଧ୍ୟମକୁ ସମ୍ବୋଧିତ କରି ଅବଦୁଲ୍ଲା କହିଛନ୍ତି, ଏହା ଏକ ଦେଶ ବିରୋଧୀ ଜମାତ ନୁହେଁ, ଆମର ଉଦ୍ଦେଶ୍ୟ ଜାମ୍ମୁ-କାଶ୍ମୀର ଓ ଲଦାଖର ଲୋକଙ୍କୁ ସେମାନଙ୍କର ଅଧିକାର ସୁନିଶ୍ଚିତ କରିବା ରହିଛି। ଧର୍ମ ନାମରେ ବିଭାଜନର ହେଉଥିବା ପ୍ରୟାସ ବିଫଳ ହେବ ଏବଂ ଏହା ଏକ ଧାର୍ମିକ ଲଢେଇ ନୁହେଁ ବୋଲି ଫାରୁକ କହିଛନ୍ତି।

ଏହି ମେଣ୍ଟର ମୁଖପାତ୍ର ସଜାଦ ଲୋନ ଘୋଷଣା କରିଛନ୍ତି, ତତ୍କାଳୀନ ଜାମ୍ମୁ-କାଶ୍ମୀରର ପତାକା ମେଣ୍ଟର ପ୍ରତୀକ ହେବ ଏବଂ ନଭେମ୍ବର ୧୭ରେ ଶ୍ରୀନଗରରେ ଏକ ସମ୍ମିଳନୀ ଆୟୋଜନ ହେବ। ଏହା ପରେ ଦୁଇ ସପ୍ତାହ ଭିତରେ ଆଉ ଏକ ବୈଠକ ହେବ।

ସଜାଦ ଲୋନ କହିଛନ୍ତି ଗୋଟିଏ ମାସ ଭିତରେ ଆଉ ଏକ ଦସ୍ତାବିଜ ପ୍ରସ୍ତୁତ କରାଯିବ। ଯାହା  ଜରିଆରେ ଆମେ ସେହି ମିଥ୍ୟା ଉପରେ ତଥ୍ୟ ପ୍ରସ୍ତୁତ କରିବୁ ଯାହା ଜାମ୍ମୁ-କାଶ୍ମୀର ସହିତ ପୂରା ଦେଶରେ ପ୍ରଚାର କରାଯାଉଛି। ଏହା ଜାମ୍ମୁ-କାଶ୍ମୀରର ଲୋକଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ ହେବ, ଯାହାଙ୍କ ବଦନାମ କରାଯାଉଛି।

   Related Posts