ଚାଷୀଙ୍କ ପାଇଁ ଦାଉ ସାଜିଛି ଚକଡା ପୋକ, ଋଣଭାର କିପରି ଶୁଝିବେ ବଢିଲା ଚିନ୍ତା

Published By : Prameya-News7 Bureau | November 13, 2021 IST

ଚଣ୍ଡୀଖୋଲ ୧୩/୧୧: ଚାଷୀଙ୍କ ଚିନ୍ତା ବଢ଼ାଇଛି ଚକଡା ପୋକ । ହେକ୍ଟର ହେକ୍ଟର ଧାନ ଫସଲରେ ଚକଡା ପୋକ ଲାଗିବା ଦ୍ୱାରା ଧାନ ଫସଲ ନଷ୍ଟ ହୋଇଛି । ଚାଷୀ ଋଣ କରି ଫସଲ କରିଥିବା ବେଳେ ଫସଲ ନଷ୍ଟ ହେବା ଯୋଗୁ ଋଣ ଭାର କିପରି ସୁଜିବେ ସେଥିପାଇଁ ଚିନ୍ତାରେ ଯାଜପୁର ବଡ଼ଚଣା ବ୍ଲକର ଚାଷୀକୂଳ । କେତେବେଳେ ବର୍ଷା ଅଭାବ ରୁ ମରୁଡି ଆଶଙ୍କା ତ କେତେବେଳେ ପ୍ରାକୃତିକ ବିପର୍ଯୟ ଯୋଗୁ ଚାଷୀ ପ୍ରଭାବିତ ଆଉ ଏବେ ଚକଡା ପୋକ ର ଆତଙ୍କ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ।

ଏଠାରେ ଧାନ ଏକ ପ୍ରମୁଖ ଫସଲ, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାଷ ଧାନ ଫସଲ କରିଥିଲେ । ଭଲ ଧାନ ହୋଇଥିଲେ ସୁଦ୍ଧା ଠିକ ଅମଳ ସମୟରେ ଧାନ ଗଛରେ ପୋକ ଲାଗି ଧାନ ଫସଲ ନଷ୍ଟ ହେଉଛି । ଏ ନେଇ ଚାଷୀ ବିଭିନ୍ନ କୀଟ ନାଶକ ପକାଇ ଥିଲେ ସୁଦ୍ଧା ପୋକ ମରୁନଥିବା ଚାଷୀ ଅଭିଯୋଗ କରିଛନ୍ତି । କେବଳ ଏହି ଗୋଟିଏ ସ୍ଥାନରେ ନୁହେଁ ବଡ଼ଚଣା ବ୍ଲକର ଶାଳପଡା, ସମିଆ, ବନ୍ଦାଳ, ସୋଲର ଭଳି ପାଞ୍ଚ ଗୋଟି ପଂଚାୟତର ୧୦ ହେକ୍ଟର ଚାଷ ଜମିରେ ଚକଡା ପୋକ ଲାଗି ଏହିଭଳି ସମସ୍ୟା ଦେଖା ଦେଇଛି ।

wp:html /wp:html

ଚାଷୀ ଋଣ କରି ଚାଷ କରିଥିବା ବେଳେ ଫସଲ ଉଜୁଡି ଯାଇଥିବାରୁ ଋଣଭାର କିପରି ସୁଝିବେ ସେଥିପାଇଁ ଚିନ୍ତାରେ ଚାଷୀ କୂଳ । ଆଉ କିଛି ଦିନ ପରେ ଧାନ ଫସଲ ଅମଳ ହେବାକୁ ଥିବା ବେଳେ ଏବେ ଫସଲ ରେ ବ୍ୟାପକ ପୋକ ଲାଗିବା ଫଳରେ ଧାନ ଫସଲ ସମ୍ପୂର୍ଣ ଉଜୁଡି ଯାଇଛି । ଏ ନେଇ ବଡ଼ଚଣା କୃଷି ଅଧିକାରୀ କହିଛନ୍ତି ଚାଷୀ ଙ୍କୁ ସବସିଡି ମାଧ୍ୟମରେ କୀଟ ନାଶକ ଯୋଗାଇ ଦିଆ ଯାଉଥିବା ବେଳେ ବିଭାଗ ପକ୍ଷରୁ ବିହିତ ପଦକ୍ଷେପ ନିଆଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.