ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି ପାଇଁ ଦିଲ୍ଲୀ ପୋଲିସର ଅନୁମତି, ସାଧାରଣତନ୍ତ୍ର ଦିବସରେ ଦେଶ ଦେଖିବ କୃଷକ ପରେଡ୍‌

Published By : Prameya-News7 Bureau | January 23, 2021 IST

ନୂଆଦିଲ୍ଲୀ ୨୩।୦୧: ଜାନୁଆରୀ ୨୬ ଗଣତନ୍ତ୍ର ଦିବସରେ ରାଜଧାନୀ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲିକୁ ନେଇ ସ୍ଥିତି ସ୍ପଷ୍ଟ ହୋଇଛି। ଦିଲ୍ଲୀ ପୋଲିସ ଓ କୃଷକଙ୍କ ମଧ୍ୟରେ ଜାନୁଆରୀ ୨୬ରେ ଟ୍ରାକ୍ଟର ଶୋଭାଯାତ୍ରାକୁ ନେଇ ସହମତି ପ୍ରକାଶ ପାଇଛି। କୃଷକଙ୍କୁ ଟ୍ରାକ୍ଟର ଶୋଭାଯାତ୍ରା ବାହାର କରିବାକୁ ଅନୁମତି ମିଳିଛି। ଦିଲ୍ଲୀ ପୁଲିସ ସହ ବୈଠକ ପରେ କୃଷକ ନେତା କହିଛନ୍ତି ଜାନୁଆରୀ ୨୬ରେ ଶାନ୍ତିପୂର୍ବକ ପରେଡ୍ ହେବ। ଏଥିରେ କୌଣସି ଅସୁବିଧା ହେବ ନାହିଁ। ହେଲେ ଟ୍ରାକ୍ଟର ଶୋଭାଯାତ୍ରା କେଉଁ ରୁଟ୍‌ରେ ହେବ ତାର ସୂଚନା ଦିଆଯାଇ ନାହିଁ। ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀ କହିଛନ୍ତି, କୃଷକ ନେତାମାନେ ଲିଖିତ ରୁଟ୍ ମାଗିଛନ୍ତି। ରୁଟ୍‌ ସ୍ଥିର ପରେ କୃଷକ ଟ୍ରାକ୍ଟର ରାଲି କରି ପାରିବେ।

wp:html /wp:html

କୃଷକ ପ୍ରତିନିଧି ଏବଂ ଦିଲ୍ଲୀ ପୋଲିସ ସହ ବୈଠକ ପରେ ଆନ୍ଦୋଳନରେ ସାମିଲ ସ୍ଵରାଜ ଇଣ୍ଡିଆର ପ୍ରମୁଖ ଯୋଗେନ୍ଦ୍ର ଯାଦବ କହିଛନ୍ତି ଜାନୁଆରୀ ୨୬ରେ କୃଷକ ଏହି ଦେଶରେ ପ୍ରଥମ ଥର ଗଣତନ୍ତ୍ର ଦିବସରେ ପରେଡ୍ କରିବେ। ପାଞ୍ଚ ପର୍ଯ୍ୟାୟର ଆଲୋଚନା ପରେ କୃଷକଙ୍କ ଏହି ଦାବିକୁ ସ୍ଵୀକାର କରିଛି ଦିଲ୍ଲୀ ପୁଲିସ। ସେହି ଦିନ ସମସ୍ତ ବାରିକେଡ୍ ଖୋଲା ରହିବ, ଆମେ ଦିଲ୍ଲୀ ଭିତରେ ପ୍ରବେଶ କରିବୁ ଏବଂ ଶୋଭାଯାତ୍ରା କରିବୁ। ଜାନୁଆରୀ ୨୬ରେ ଆମେ ନିଜର ହୃଦୟର ଭାବନା ବ୍ୟକ୍ତ କରିବା ଲାଗି ରାଜଧାନୀ ଭିତରକୁ ଯିବୁ। ଏହା ଏମିତି ଏକ ଐତିହାସିକ କୃଷକ ପରେଡ୍ ହେବ ଯାହା ଦେଶ ପୂର୍ବରୁ କେବେ ଦେଖି ନାହିଁ। ଏହା ଶାନ୍ତିପୂର୍ବ ଭାବେ ଆୟୋଜନ ହେବ। ଦେଶର ଗଣତନ୍ତ୍ର ଦିବସ ପରେଡ୍ କିମ୍ବା ଦେଶର ସୁରକ୍ଷାରେ ଉପରେ କୌଣସି ଆଞ୍ଚ ଆଣିବାକୁ ଦେବୁ ନାହିଁ। ଜାନୁଆରୀ ୨୬ରେ ଦିଲ୍ଲୀରେ କୃଷକ ପରେଡ୍ କରିବ ବୋଲି ଯୋଗେନ୍ଦ୍ର ଯାଦବ କହିଛନ୍ତି।  

ଦିଲ୍ଲୀ ପୋଲିସ ସହିତ ବୈଠକ ପରେ କୃଷକ ନେତା ଘୋଷଣା କରି କହିଛନ୍ତି ଯେତେ ଟ୍ରାକ୍ଟର ଆସିବେ ସବୁ ଶୋଭାଯାତ୍ରାରେ ସାମିଲ ହେବେ। ଦିଲ୍ଲୀରେ ପ୍ରାୟ ୧୦୦ କିମିର ପରେଡ୍ ହେବ। କୌଣସି ସିଙ୍ଗିଲ୍ ରୁଟ୍‌ରେ ଏହା ହେବ ନାହିଁ। ସମସ୍ତ ପ୍ରବେଶ ଦ୍ଵାର ଖୋଲିବ ଏବଂ ଦିଲ୍ଲୀରେ କୃଷକ ଅଟକିବେ ନାହିଁ। ରାଲି ପରେ ଫେରି ଆସିବୁ। ମନ୍ତ୍ରମ୍ ଫାର୍ମ ହାଉସ୍‌ରେ ଆୟୋଜିତ ବୈଠକରେ କୃଷକ ନେତା ଡ. ଦର୍ଶନପାଲ ସିଂହ, ଯୋଗେନ୍ଦ୍ର ଯାଦବ ସହିତ ଅନ୍ୟ ଯୋଗ ଦେଇଥିଲେ। ଏଥିରେ ଦିଲ୍ଲୀ ପୋଲିସ-ୟୁପି ପୋଲିସ ଓ ହରିୟାଣା ପୋଲିସର ଉଚ୍ଚ ପଦସ୍ଥ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.