Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଟୋକନ ସିଷ୍ଟମ ଜରିଆରେ ଧାନ କିଣାକୁ ଚାଷୀଙ୍କ ବିରୋଧ

17/11/2019 at 9:25 AM

ବରଗଡ଼ ୧୭/୧୧: ଟୋକନ ସିଷ୍ଟମ ଜରିଆରେ ଧାନ କିଣାକୁ ଚାଷୀଙ୍କ ବିରୋଧ ।ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ଆଜି ବରଗଡରେ ଏକାଠି ହେବେ ୪ ଜିଲ୍ଲାର ଚାଷୀ । ଗୋଡଭଗା ମାର୍କେଟ ୟାର୍ଡରେ ବରଗଡ ସମେତ ବଲାଙ୍ଗିର, ସମ୍ବଲପୁର, ସୋନପୁର ଜିଲ୍ଲାର ବିଭିନ୍ନ ଚାଷୀ ସଙ୍ଗଠନ ଏକତ୍ରିତ ହୋଇ ଆଲୋଚନା କରିବେ ।

ଟୋକନ ସିଷ୍ଟମ ଜରିଆରେ ଧାନ କିଣିବାକୁ ସରକାର  ନେଇଥିବା ନିଷ୍ପତ୍ତିକୁ  ଏମାନେ ବିରୋଧ କରି ଆସୁଛନ୍ତି । ଧାନ କିଣିବା ପଦ୍ଧତି ୨-୩ ମାସ ଚାଲିବ ବୋଲି ସରକାର କହୁଥିବା ବେଳେ ମାସେ ମଧ୍ୟରେ ଧାଣ କିଣିବାକୁ ଚାଷୀ ଦାବି କରିଛନ୍ତି । ଏହାସହ ମଣ୍ଡିକୁ ଦଲାଲମୁକ୍ତ କରିବାକୁ ଆଇ ସ୍କାନର ଜରିଆରେ ଧାନ କିଣିବାକୁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଛି । ଏସବୁ ଉପରେ ବିଭିନ୍ନ ଚାଷୀ ସଙ୍ଗଠନ ଆଲୋଚନା କରିବେ ।

   Related Posts