Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

କୃଷକ ଆନ୍ଦୋଳନ : ଜୁନ ୨୬ ତାରିଖରେ ଦେଶର ସମସ୍ତ ରାଜଭବନ ଘେରିବେ ଚାଷୀ, ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଲେ ରାକେଶ ଟିକାୟତ

17/06/2021 at 10:05 PM

ନୂଆଦିଲ୍ଲୀ ୧୭/ ୦୬ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୁଦ୍ଧରେ ଚାଷୀ ଆନ୍ଦୋଳନ ପୁଣି ଥରେ ତୀବ୍ର ହେବାକୁ ଯାଉଛି । ଭାରତୀୟ କିଷାନ ୟୁନିଅନ ନେତା ରାକେଶ ଟିକାୟତ ଏ ନେଇ ଘୋଷଣା କରିଛନ୍ତି । ଆସନ୍ତା ଜୁନ ୨୬ ତାରିଖରେ ଦେଶର ସମସ୍ତ ରାଜଭବନ ଘେରାଉ କରାଯିବ ବୋଲି ଚାଷୀ ନେତା ରାକେଶ ଟିକାୟତ ଘୋଷଣା କରିଛନ୍ତି । ଏହା ସହିତ ନୂଆ କୃଷି ଆଇନକୁ ନେଇ ଜାରି ରହିଥିବା ଚାଷୀ ଆନ୍ଦୋଳନରେ ରାଷ୍ଟ୍ରପତି ହସ୍ତକ୍ଷେପ କରନ୍ତୁ ବୋଲି ଅପିଲ କରିଛନ୍ତି ରାକେଶ ଟିକାୟତ ।

ଟ୍ବିଟ୍‌ କରି ରାକେଶ ଟିକାୟକ କହିଛନ୍ତି, ଜୁନ ୨୬ ତାରିଖରେ ଦେଶବ୍ୟାପୀ ‘ଲୋକତନ୍ତ୍ର ବଚାଓ, କିଷାନ ବଚାଓ’ ଦିବସ ପାଳନ କରାଯିବ । ବର୍ତ୍ତମାନ ଦେଶରେ ଜାରି ରହିଥିବା ଅଘୋଷିତ ଜରୁରୀ ପରିସ୍ଥିତିକୁ ବିରୋଧ କରାଯିବ । ଟିକାୟକ କହିଛନ୍ତି , ଚାଷୀ ଆନ୍ଦୋଳନକୁ ୭ ମାସ ବିତିଲାଣି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଚାଷୀଙ୍କ କଥା ଭାବିଲେନି କେନ୍ଦ୍ର ସରକାର । ସେଥିପାଇଁ ରାଜ୍ୟପାଳଙ୍କୁ ମଧ୍ୟ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ।

ଏହା ପୂର୍ବରୁ ମଧ୍ୟ ରାକେଶ ଟିକାୟତ ଚାଷୀଙ୍କ ଉଦ୍ଦେଶ୍ୟରେ ୨ଟି  ଟ୍ବିଟ କରିଥିଲେ । ଯେଉଁଥିରେ ସେ କହିଥିଲେ, ‘ଯଦି ଜଳ, ଜଙ୍ଗଲ ଏବଂ ମାଟିକୁ ବଞ୍ଚାଇବାର ଅଛି ତେବେ ଲୁଟେରାଙ୍କ ବିରୁଦ୍ଧରେ ଲଢେଇ ଲଢିବାକୁ ପଡିବ ।’ ଆଉ ଏକ ଟ୍ବିଟରେ ଟିକାୟତ କହିଛନ୍ତି, ସରକାର ୩ ନୂଆ କୃଷି ଆଇନକୁ ରଦ୍ଦ କରି ପ୍ରତିବଦଳରେ ଏମଏସପି ପାଇଁ ନୂଆ ଆଇନ ଆଣନ୍ତୁ ।  

ରାକେଶ ଟିକାୟତ କହିଛନ୍ତି, ଜୁନ ୨୬ ତାରିଖରେ ଚାଷୀ ଆନ୍ଦୋଳନ ଆରମ୍ଭ ହୋଇଥିଲା । ତେଣୁ ପ୍ରତି ମାସ ୨୬ ତାରିଖରେ କିଛି ନା କିଛି କାର୍ଯ୍ୟକ୍ରମ ରଖାଯିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଆନ୍ଦୋଳନ ସ୍ଥଳରେ ଭିଡ କମ ରହିଛି । ଆସନ୍ତା କିଛି ଦିନ ମଧ୍ୟରେ ସଂକ୍ରମଣ କମିବା ପରେ ପୁଣି ସେଠାରେ ଏକାଠି ହେବେ ଚାଷୀ । ତେଣୁ ଯଦି ସରକାର ବିନା କୌଣସି ସର୍ତ୍ତରେ ଚାଷୀମାନଙ୍କ ସହିତ ଆଲୋଚନା କରିବାକୁ ଚାହୁଁଛନ୍ତି ତେବେ ଆମେ ପ୍ରସ୍ତୁତ ବୋଲି କହିଛନ୍ତି କୃଷକ ନେତା ରାକେଶ ଟିକାୟତ ।

   Related Posts