ଆଗକୁ ଆସିଲା ପ୍ରଶାସନ, ଚାଷୀଙ୍କ ପରିବା ବିକ୍ରି ଲାଗି ସାଜିଲା ମଧ୍ୟସ୍ତି

Published By : Prameya-News7 Bureau | May 09, 2020 IST

କଳାହାଣ୍ଡି ୦୯।୦୫: କରୋନା ଲକଡାଉନ ପାଇଁ କଳାହାଣ୍ଡି ଜିଲ୍ଲାର ପନିପରିବା ଚାଷୀ ନିଜ କଷ୍ଟ ଉପାର୍ଜିତ ପରିବା ବିକ୍ରି କରି ନ ପାରି କ୍ଷତିଗ୍ରସ୍ତ ହେଉଥିଲେ । କିନ୍ତୁ ଠିକ୍‌ ଏହି ସମୟରେ ପ୍ରଶାସନ ଏହାର ସମାଧାନ ପାଇଁ ଚାଷୀ ଓ ଗ୍ରାହକ ମଧ୍ୟରେ ମଧ୍ୟସ୍ଥିର ଭୁମିକା ନେଇଛି । ଫଳରେ ଗାଁ ରୁ ହିଁ ଚାଷୀର ଅମଳ ପନିପରିବା ଉଚିତ ମୁଲ୍ୟ ରେ ବିକ୍ରି ହେଉଛି ।

{"id":267138,"sizeSlug":"large"}

ଲକଡାଉନ ପାଇଁ ସବୁ କିଛି ଠପ । ଏବଂ ଏହାର କାରଣ ରୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ପନିପରିବା ଚାଷୀ  । ତେବେ ଏହାର ସମାଧାନ ପାଇଁ ଧର୍ମଗଡ ପ୍ରଶାସନ ଆରମ୍ଭ କରିଛି  ଏକ ନିଆରା ଉଦ୍ୟମ । ଏଥି ପାଇଁ ପ୍ରଶାସନର  ହେଲପ ଲାଇନ 8658559691ରେ ପନିପରିବା ଚାଷୀ ତାଙ୍କ ଅମଳ ସାମଗ୍ରୀ ର ଦର ଓ ପରିମାଣ ସୁଚନା ଦେଉଛନ୍ତି । ଏବଂ ପ୍ରଶାସନ ସେହି ସାମଗ୍ରୀକୁ ବେପାରୀ ତଥା ଖୋଦ କ୍ରୟର ମଧ୍ୟସ୍ଥି ସାଜୁଛି ।

{"id":267139,"sizeSlug":"large"}

ବର୍ତମାନ କ୍ୱାରେଣ୍ଟାଇନ୍‌ରେ  ରହୁଥିବା ଲୋକଙ୍କ ପାଇଁ ଏହି ପନିପରିବାକୁ ସିଧାସଳଖ କ୍ରୟ କରି ଯୋଗାଉଥିବାରୁ ବଜାର ଦରରୁ ଚାଷୀ ଅଧିକା ଲାଭବାନ ହେଉଛନ୍ତି  । ବର୍ତମାନ ମେରଘରା.ଚିଚିଆ,ପଣ୍ଡକୁଲ ଅଞ୍ଚଳରୁ ଏହାର ବିକ୍ରି ଆରମ୍ଭ ହୋଇଛି  ବୋଲି ଉପ-ଜିଲ୍ଲାପାଳ ସୂଚନା ଦେଇଛନ୍ତି ।  

{"id":267140,"sizeSlug":"large"}

ତେବେ ଧର୍ମଗଡ ଉପଖଣ୍ଡର ଜଣେ ଯୁବ ଅଧିକାରୀଙ୍କ ଏହି ସଫଳ ଉଦ୍ୟମ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିଛି । ଯାହା ରାଜ୍ୟର ଅନେକ ଅଞ୍ଚଳରେ ଲକଡାଉନ ପାଇଁ ପନିପରିବା ନଷ୍ଟ ଖବର ମଧ୍ୟରେ ନିଶ୍ଚିତ ଭାବେ ପ୍ରେରଣା ଦାୟୀ ଖବର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.