Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||

କେନ୍ଦ୍ରକୁ ଚାଷୀଙ୍କ ଚେତାବନୀ ! ଦାବି ନମାନିଲେ ସାଧାରଣତନ୍ତ୍ର ଦିବସ ପରେଡରେ ପଶାଇବେ ଟ୍ରାକ୍ଟର‌

25/12/2020 at 9:46 PM

ନୂଆଦିଲ୍ଲୀ ୨୫/୧୨: ନୂଆ କୃଷି ନିୟମ ବିରୋଧରେ ଦିଲ୍ଲୀରେ ଗର୍ଜୁଛନ୍ତି ହଜାର ହଜାର ଚାଷୀ। ପାଖାପଖି ମାସେ ହେଲା ଚାଷୀ ଆନ୍ଦୋଳନ ହୋଇଆସୁଥିଲେ ବି କୌଣସି ନିଷ୍କର୍ଶ ବାହାରି ପାରୁନି। ଆଲୋଚନା ପାଇଁ କେନ୍ଦ୍ର ସରକାର ଅନୁରୋଧ କରୁଥିବା ବେଳେ ଚାଷୀ ସଂଗଠନ ନିଜ ଜିଦରେ ଅଟଳ ରହୁଛନ୍ତି। ନୂଆ ୩ କୃଷି ନିୟମ ପ୍ରତ୍ୟାହାର ହିଁ କୃଷକମାନଙ୍କର ମୁଖ୍ୟ ଦାବି ହୋଇଥିବା ବେଳେ କେନ୍ଦ୍ର ସରକାର ଏହାର ସଂଶୋଧନ ପାଇଁ ରାଜି ଅଛନ୍ତି। ସଂଶୋଧନ ନୁହେଁ ପ୍ରତ୍ୟାହାର ହିଁ ଦରକାର ବୋଲି ଚାଷୀ ଅଡ଼ି ବସିଛନ୍ତି।

ଧିରେ ଧରେ ଚାଷୀ ଆନ୍ଦୋଳନ ତୀବ୍ର ହେଉଛି। ସରକାରଙ୍କ ଉପରେ ଚାପ ପକାଇବାକୁ କୃଷକ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। କୃଷକ ଆନ୍ଦୋଳନ ପାଇଁ ଦିଲ୍ଲୀରେ ସାଧାରଣ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହାରି ଭିତରେ ନିଜର ସ୍ବର ଆଉ ଟିକେ ଶାଣିତ କରିବାକୁ ଚାଷୀ ସଂଗଠନ କେନ୍ଦ୍ରକୁ ନିଆରା ଚେତାବନୀ ଦେଇଛି। ଭାରତୀୟ କିଷାନ ସଂଗଠନ ନେତା ରାକେଶ ଟିକେଟ ଗଜରୋଲା ଜିଲ୍ଲାରେ ଘୋଷଣା କରିଛନ୍ତି, ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ପରେଡ୍‌ ଭଣ୍ଡୁର କରିବାକୁ କୃଷକ ପ୍ରସ୍ତୁତ ଅଛନ୍ତି।

ଏହା ସହ ଟ୍ରାକ୍ଟର ଓ ଟ୍ରଲି ସହ ସାଧାରଣତନ୍ତ୍ର ଦିବସ ପରେଡ୍‌ ଭିତରକୁ ଚାଷୀ ଧସେଇ ପଶିବାକୁ ପ୍ରସ୍ତୁତ ଥିବା ବି ଟିକେଟ୍‌ କହିଛନ୍ତି। ପରେଡ୍‌ ସମୟରେ ଆମ ଉପରକୁ କେଉଁମାନେ ଓ୍ବାଟର କ୍ୟାନନ୍‌ ପ୍ରୟୋଗ କରୁଛନ୍ତି ତାହା ଆମେ ଦେଖିବୁ ବୋଲି ଶୁକ୍ରବାର ଗଜରୋଲାରେ ଟିକେଟ୍‌ କହିଛନ୍ତି। ଟିକେଟ୍‌ ଆହୁରି ମଧ୍ୟ କହିଛନ୍ତି, ‘ଆମେ ଖୋଜି ବାହାର କରିବୁ କିଏ ଦେଶ ଭକ୍ତ ଓ ଆଉ କିଏ ଖଲିସ୍ତାନୀ। ଆଲୋଚକମାନେ ଆମକୁ ଖଲିସ୍ତାନୀ ବୋଲି କହିବାକୁ ଚେଷ୍ଟା ମଧ୍ୟ କରୁଛନ୍ତି।’

ନିଶ୍ଚିତ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତ ସରକାର ଚାଷୀଙ୍କ ସମସ୍ୟାର ସମାଧାନ କରିବା ଦରକାର। ଏହା ଆମେ ରାହୁଲ ଗାନ୍ଧୀଙ୍କ ପାଖରୁ ଅପେକ୍ଷା କରିବୁ ନାହିଁ। ମାସେ ବିତିବାକୁ ବସିଲାଣି କୃଷକମାନେ ନିଜ ଘରକୁ ବି ଯାଇନାହାନ୍ତି। ପ୍ରଥମେ ବସନ୍ତୁ ନିୟମ ପ୍ରତ୍ୟାହାର କରି ସମସ୍ୟାର ସମାଧାନ କରନ୍ତୁ ବୋଲି ଟିକେଟ୍‌ ଆଏଏନଏସ୍‌କୁ କହିଛନ୍ତି।

   Related Posts