ଦିଲ୍ଲୀ ରିଂ ରୋଡରେ ବାହାରିବ ଚାଷୀଙ୍କ ସାଧାରଣତନ୍ତ୍ର ଦିବସ ଟ୍ରାକ୍ଟର ପରେଡ: ବିକେୟୁ

Published By : Prameya-News7 Bureau | January 17, 2021 IST

ନୂଆଦିଲ୍ଲୀ ୧୭।୧: ସଂଶୋଧିତ କୃଷି ଆଇନ ବିରୋଧରେ ଦିଲ୍ଲୀକୁ ଘେରି ବସିଥିବା ଚାଷୀ ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ପରେଡ କରିବା ଜିଦରେ ଅଡି ରହିଛନ୍ତି। ହେଲେ ସେମାନଙ୍କ ପରେଡ ଆୟୋଜନ ଜନପଥ  କାର୍ଯ୍ୟକ୍ରମକୁ କୌଣସି ପ୍ରକାର ପ୍ରଭାବିତ କରିବନି ବୋଲି କୃଷକନେତା ୟୋଗେନ୍ଦ୍ର ଯାଦବ ରବିବାର କହିଛନ୍ତି।

{"id":393904,"sizeSlug":"large","linkDestination":"none"}

ସେମାନେ ଦିଲ୍ଲୀ ରିଂ ରୋଡରେ ଶାନ୍ତିପୂର୍ଣ୍ଣ ସାଧାରଣତନ୍ତ୍ର ଦିବସ ପରେଡ କରିବେ। ଏଥିରେ ଚାଷୀଙ୍କ ଟ୍ରାକ୍ଟର ଅଂଶଗ୍ରହଣ କରିବା ସହ ପ୍ରତି ଟ୍ରାକ୍ଟରରେ ଜାତୀୟ ପତାକା ଲଗାଇ ଏକ ନିଶ୍ଚିତ ଦୂରତା ପର୍ଯ୍ୟନ୍ତ ଯିବେ ବୋଲି ଯାଦବ କହିଛନ୍ତି। ପୂର୍ବରୁ କୃଷକନେତାମାନେ ସେମାନଙ୍କ ଦାବି ପୂରଣ ନ ହେଲେ ଦିଲ୍ଲୀ ସାଧାରଣ ତନ୍ତ୍ର ଦିବସ ପରେଡରେ ଟ୍ରାକ୍ଟର ପଶେଇବେ ବୋଲି କହିଥିଲେ। ଜନପଥରେ ସେନାର ଟ୍ୟାଙ୍କ ସହ ଚାଷୀର ଟ୍ରାକ୍ଟର ମଧ୍ୟ ଚାଲିବ ବୋଲି ଘୋଷଣା କରାଯାଇଥିଲା।

{"id":393905,"sizeSlug":"large","linkDestination":"none"}

ହୁଏତ କୃଷକ ସଙ୍ଗଠନମାନେ ଏପରି କିଛି କରିପାରନ୍ତି ଆଶଙ୍କାରେ ଆୟୋଜକ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଏ ନେଇ ଆବେଦନକୁ କୋର୍ଟ ବିଚାର ଲାଗି ଗ୍ରହଣ କରିଥିବା ବେଳେ ଏବେ ଶୁଣାଣି ଅପେକ୍ଷାରେ ରହିଛି। ରବିବାର ସିଂଘୁ ବର୍ଡରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀକୁ କୃଷକ ନେତା ଯୋଗେନ୍ଦ୍ର ଯୋଦବ ସମ୍ବୋଧିତ କରିଛନ୍ତି। ସାଧାରଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ପରେଡ ନିଶ୍ଚିତ ବାହାରିବ ବୋଲି ଘୋଷଣା କରିଛନ୍ତି। ରାଜଧାନୀ ଦିଲ୍ଲୀବାହାରେ ରିଂରୋଡରେ ଏହି ପରେଡ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି।

{"id":393906,"width":580,"height":322,"sizeSlug":"large","linkDestination":"none"}

ଏହି ପରେଡ ଶାନ୍ତିପୂର୍ଣ୍ଣ ଆୟୋଜନ ହେବ ଓ ଜାତୀୟ ସାଧାରଣତନ୍ତ୍ର ଦିବସ ପରଡେ ଉପରେ ଏହାର କୌଣସି ପ୍ରଭାବ ରହିବ ନାହିଁ ବୋଲି ଯାଦବ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ କୃଷକନେତାଙ୍କ ଉପରେ ସରକାର ଏନଆଇଏ ଚାପ ପକାଉଥିବା ଅଭିଯୋଗ କରିଛନ୍ତି। ସରକାରଙ୍କ ଏପରି କାର୍ଯ୍ୟକୁ ସମସ୍ତ କୃଷକ ସଂଘ ଦୃଢ ନିନ୍ଦା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.