ମିଲର୍ସଙ୍କ ଦ୍ବାରା ଶୋଷଣର ଶୀକାର ହେଉଛନ୍ତି ଚାଷୀ

Published By : Prameya-News7 Bureau | February 01, 2019 IST

ଆଠମଲ୍ଲିକ ୧|୨:  ବର୍ଷ ଯାକ ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରିଥିଲା ଚାଷୀ । ଆଉ ଯେତେବେଳେ ପରିଶ୍ରମର ମୂଲ୍ୟ ପାଇବା ବେଳ ସେତେବେଳେ ମିଲର୍ସଙ୍କ ଦ୍ବାରା ଶୋଷଣର ଶୀକାର ହେଉଛନ୍ତି ଚାଷୀ । ଏମିତି ଘଟଣା ନଜରକୁ ଆସିଛି ଅନୁଗେ।ଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଓ କିଶେ।ରନଗର ବ୍ଲକରେ । ମିଲର୍ସ ଓ ବିଭାଗୀୟ ଅଧିକାରୀଙ୍କ ମନମାନୀ ଯେ।ଗୁଁ ହୀନସ୍ତା ହେଉଛନ୍ତି ଚାଷୀ । 

{"id":80633}

କ୍ଷେତରେ ବେଶ୍ ଝାଳ ବୁହାଇଥିଲେ ଚାଷୀ । ତା ଭିତରେ ଅଦିନିଆ ବର୍ଷା ତ କେତେବେଳେ ରେ।ଗପେ।କର ସାମ୍ନା କରିଛନ୍ତି । ଯାହା ଯେମିତି ହେଉ ସୁନାର ଫସଲ ଅମଳ କରିଥିଲେ । କିନ୍ତୁ ଏବେ ଚାଷୀଙ୍କୁ ଅସୁବିଧାରେ ପକାଇଛନ୍ତି ଜିଲ୍ଲା ପ୍ରଶାସନ ।

{"id":80634}

ଅର୍ଜିତ ଫସଲକୁ ବିକ୍ରି କରିବାକୁ ନାହିଁନଥିବା ହଇରାଣ ହେଉଛି ଚାଷୀ । ଚାଷୀଙ୍କ ପାଇଁ ମଣ୍ଡି ଖେ।ଲାଯାଇଥିଲେ ବି ମିଲର୍ସ ମନମାନୀ ଚଳାଇଛନ୍ତି । ଇଛା ହେଲେ ଆସୁଛନ୍ତି ନହେଲେ ନାହିଁ । ଫଳରେ ଦିନ ଦିନ ଧରି ଧାନ ବସ୍ତା ଧରି ମଣ୍ଡିରେ ପଡି ରହୁଛନ୍ତି ଚାଷୀ । ଆଉ ଯଦି ମିଲର୍ସ ଆସୁଛନ୍ତି ତା ହେଲେ ପ୍ରତି ବସ୍ତା ପିଛା ୨ କେଜି ଧାନ କାଟି ନେଉଛନ୍ତି । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଓ କିଶୋରନଗର ବ୍ଲକରେ ଏଭଳି ହୀନସ୍ତା ଭେ।ଗୁଛନ୍ତି ଚାଷୀ ।

{"id":80635}

ଧାନ କିଣାବିକା ନିୟମ ଅନୁଯାୟୀ ମିଲର ଚାଷୀଙ୍କୁ ବସ୍ତା ଯେ।ଗାଇବା କଥା । ଏହା ସହ ପଲିଥିନରେ ଗଦା ହେଇଥବା ଧାନକୁ ବସ୍ତାରେ ଭରି ଧାନ ନେବା କଥା । ହେଲେ ମିଲର୍ସ ମନମାନୀ ଚଳାଇଥିବା ବେଳେ ସେମାନଙ୍କୁ ଲାଭବାନ କରିବା ଉଦ୍ଦେଶ୍ୟରେ ସରକାରୀ ଅଧିକାରୀ ସବୁଜାଣି ନୀରବ ରହୁଛନ୍ତି । ଆଉ ବସ୍ତା ଟଙ୍କା ସିଧା ଯାଉଛି ମିଲର୍ସଙ୍କ ପକେଟକୁ । ତେଣୁ ବିଭାଗୀୟ ଅଧିକାରୀ ମଣ୍ଡି ବୁଲି ଦେଖିବା ସହ ତଦନ୍ତ କରିବାକୁ ଦାବି କରିଛନ୍ତି ଚାଷୀ । ଅନ୍ୟପଟେ ମଣ୍ଡିର ଅବ୍ୟବସ୍ଥାକୁ ବିଲକୁଲ ଫାଙ୍କି ଦେଇଛନ୍ତି ଯେ।ଗାଣ ଅଧିକାରୀ ।

{"id":80636}

ଚାଷୀଙ୍କ ସୁବିଧା ପାଇଁ ସରକାରଙ୍କ ତରଫରୁ ମଣ୍ଡିର ବ୍ୟବସ୍ଥା କରାଯାଉଛି । ଆଉ ଯଦି ସେଠି ଚାଷୀଙ୍କୁ ଲୁଟ୍ କରାଯିବ ତା ହେଲେ କାହାକୁ ଭରଷା କରିବେ ଚାଷୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.