ବିଜେପି ନେତାଙ୍କ ଉପରେ ଆକ୍ରମଣ କରି ପୋଷାକ ଫାଡ଼ିଲେ ଚାଷୀ, ଲାଠି ଚାର୍ଜ କଲା ପୋଲିସ

Published By : Prameya-News7 Bureau | July 30, 2021 IST

ଶ୍ରୀଗଙ୍ଗାନଗର ୩୦/୭: କୃଷକଙ୍କ ଆକ୍ରୋଶରେ ଶିକାର ହେଲେ ବିଜେପି ନେତା। ଚାଷୀମାନେ ତାଙ୍କ ପୋଷାକ ଚିରିଦେଇଥିବା ଜଣାପଡ଼ିଛି। ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ରାଜ୍ୟ ସରକାରଙ୍କ ବିରୋଧରେ ହେଉଥିବା ବିଜେପିର ଜିଲ୍ଲାସ୍ତରୀୟ ପ୍ରଦର୍ଶଦନରେ ସାମିଲ ହେବାକୁ ଆସିଥିଲେ ହନୁମାନଗଢ଼ ବିଜେପି କର୍ମୀ କୖଳାଶ ମେଘଓ୍ବାଲ୍‌। ମହାରାଜା ଗଙ୍ଗାସିଂହ ଛକରେ ପହଞ୍ଚିବା ପରେ ଚାଷୀମାନେ କୈଳାଶଙ୍କ ଉପରେ ଆକ୍ରମଣ କରିଥିବା ବେଳେ ତାଙ୍କ ପୋଷାକ ଫାଡ଼ି ପକାଇଥିଲେ।

ପୋଲିସ ପହଞ୍ଚି କୈଳାଶ ମେଘଓ୍ବାଲଙ୍କୁ ଚାଷୀଙ୍କ ପାଖରୁ ଉଦ୍ଧାର କରିଥିଲା। ପରିସ୍ଥିତି ଶାନ୍ତ କରିବାକୁ ଯାଇ ପୋଲିସ ଲାଠି ଚାର୍ଜ କରିଥିଲା। ପୋଲିସର ଲାଠି ଚାର୍ଜ ଯୋଗୁଁ କିଛି କୃଷକ ଆହତ ହୋଇଛନ୍ତି। ଏବେ ଶ୍ରୀଗଙ୍ଗାନଗର ଜିଲ୍ଲା କଲେକଟ୍ରେଟ୍, ମହାରାଜ ଗଙ୍ଗା ସିଂହ ଛକ, ଭଗତ ସିଂହ ଛକରେ ଗରମ ପରିସ୍ଥିତି ଜାରି ରହିଛି। ଏହାକୁ ନଜରରେ ରଖି ଛକ ଛକରେ ବହୁ ସଂଖ୍ୟକ ପୋଲିସ ମୁତୟନ କରାଯାଇଛି।

ଏମିତି ଦ୍ବିତୀୟ ଥର ହୋଇଛି ଯେ,ଆନ୍ଦୋଳନରତ ଚାଷୀ ବିଜେପି ନେତାଙ୍କ ଉପରେ ଆକ୍ରମଣ କରିଛନ୍ତି। ଏହା ପୂର୍ବରୁ ଜୟପୁର-ଦିଲ୍ଲୀ ହାଇଓ୍ବେ ଉପରେ ଶହାଜାହାଁପୁରରେ ଆନ୍ଦୋଳନ କରୁଥିବା  କୃଷକ ବିଜେପି ପେତା ପ୍ରେମ ସିଂହ ବାଜୌରଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ସମୟରେ ଚାଷୀମାନେ ତାଙ୍କର ପୋଷାକ ଚିରି ପକାଇଥିଲେ। ଏହା ବିରୋଧରେ ବିଜେପି ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.