ଶକ୍ତି ପ୍ରଦର୍ଶନ କରିବେ ଚାଷୀ, ଜାନୁୟାରୀ ୭ରେ ହେବ ଟ୍ରାକ୍ଟର ପରେଡ: ଯୋଗେନ୍ଦ୍ର ଯାଦବ

Published By : Prameya-News7 Bureau | January 05, 2021 IST

ନୂଆଦିଲ୍ଲୀ ୫।୧: ସରକାରଙ୍କ ସହ ସପ୍ତମ ପର୍ଯ୍ୟୟ ଆଲୋଚନା ବିଫଳ ହେବା ପରେ ଚାଷୀ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି। ଏନେଇ ସ୍ୱରାଜ ପାର୍ଟି ନେତା ଯୋଗେନ୍ଦ୍ର ଯାଦବ ମଙ୍ଗଳବାର ରାଜଧାନୀରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିବା ବେଳେ ୪ ଜାନୁୟାରୀକୁ ସରକାରଙ୍କ ସଂଶୋଧିତ କୃଷି ଆଇନକୁ ୭ ମାସ ପୂରଣ ହୋଇଥିବା କହିଛନ୍ତି। ଯୋଗକୁ ଆଇନ ବାତିଲ ଲାଗି ସେହିଦିନ ଚାଷୀଙ୍କ ସହ ସରକାରଙ୍କ ସପ୍ତମ ପର୍ଯ୍ୟାୟ ବୈଠକ ବିନା କୌଣସି ନିଷ୍କର୍ଷରେ ସମାପ୍ତ ହେବା ଦୁର୍ଭାଗ୍ୟଜନକ ।

ସରକାରଙ୍କ ସହ ଏପର୍ଯ୍ୟନ୍ତ ଆଲୋଚନାରୁ ଯାହା ସ୍ପଷ୍ଟ ବୁଝାପଡୁଛି ତାହା ହେଉଛି ଯଦି ଚାଷୀ ଆଇନ ପ୍ରତ୍ୟାହାର ଚାହୁଁଛନ୍ତି ତେବେ ଆନ୍ଦୋଳନକୁ ଆହୁରି ବ୍ୟାପକ କରନ୍ତୁ। ଚାଷୀମାନେ ଏବେ ସେହି ରାସ୍ତା ଅବଲମ୍ବନ କରିବେ ବୋଲି ଯାଦବ କହିଛନ୍ତି।  ଏଥିପାଇଁ ଜାନୁୟାରୀ ୭ ତାରିଖ ପୂର୍ବାହ୍ନ ୧୧ଟାରେ ଦିଲ୍ଲୀ ଚତୁପାର୍ଶ୍ୱରେ ଚାଷୀଙ୍କ ଟ୍ରାକ୍ଟର ପରେଡ ବାହାରିବ ବୋଲି କହିଛନ୍ତି।

ଚାଷୀଙ୍କ ଟ୍ରାକ୍ଟର ରାଲି ୱେଷ୍ଟର୍ଣ୍ଣ ଏକ୍ସପ୍ରେସ୍‌ ୱେରେ ବାହାରିବ ଏବଂ ରେବାସନ ଓ ଗାଜିପୁର ପଟକୁ ଯିବ ବୋଲି ଯାଦବ କହିଛନ୍ତି। ଜାନୁୟାରୀ ୯ ତାରିଖରେ ସାର ଛୋଟୁ ରାମଙ୍କ ଶ୍ରାଦ୍ଧବାର୍ଷିକ ପାଳନ କରାଯିବ। ଚାଷୀଙ୍କୁ ଏପିଏମସି ଦେଇଥିବା ଛୋଟୁ ରାମଙ୍କୁ ଚାଷୀ ଶ୍ରଦ୍ଧାଞ୍ଜଳି ଦେବେ। ଜାନୁୟାରୀ ୧୩ ତାରିଖରେ ଲୋହରୀ ଏଥିରେ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ପୋଡାଯିବ ବୋଲି କହିଛନ୍ତି ଯାଦବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.