ରାସ୍ତାରେ ଧାନ ବସ୍ତା ରଖି ଧାରଣା : ଟାର୍ଗେଟ୍ ପୂରଣ ଦର୍ଶାଇ ଧାନ କିଣା ବନ୍ଦ, ସେପଟେ ମଣ୍ଡିରେ ଧାନ ବିକ୍ରି ହୋଇନଥିବା ଅଭିଯୋଗ

Published By : Prameya-News7 Bureau | February 20, 2020 IST

କଳାହାଣ୍ଡି ୨୦।୨: ରାସ୍ତାରେ ଧାନ ବସ୍ତା ରଖି ଧାରଣା । କଳାହାଣ୍ଡି ଜିଲ୍ଲା ୨୬ ନମ୍ବର ଜାତୀୟ ରାଜପଥ ଆମପାଣିଠାରେ ଚାଷୀଙ୍କ ରାସ୍ତା ଅବରୋଧ । ଜିଲ୍ଲାରେ ଟାର୍ଗେଟ୍ ପୂରଣ ଦର୍ଶାଇ ଧାନ କିଣା ବନ୍ଦ କରାଯାଇଥିବା ବେଳେ ଟୋକନ ପାଇ ବି ମଣ୍ଡିରେ ଧାନ ବିକ୍ରି ହୋଇ ନ ଥିବା ଅଭିଯୋଗ ହୋଇଛି । ଏପରିକି ଜିଲ୍ଲାର ବିଭିନ୍ନ ମଣ୍ଡିରେ ପ୍ରାୟ ୬୦ ହଜାର କ୍ବିଣ୍ଟାଲ ଧାନ ପଡିରହିଛି । ଜାତୀୟ ରାଜପଥ ଅବରୋଧ ଯୋଗୁଁ ବୋରିଗୁମ୍ମା- ଭବାନୀପାଟଣା ଯାତାୟତ ବାଧାପ୍ରାପ୍ତ ହୋଇଛି ।

{"id":226604,"sizeSlug":"large"}

ଗତକାଲି ଧାନ କିଣା ଅବ୍ୟବସ୍ଥା ନେଇ ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ପ୍ରଶ୍ନ ଉଠାଇ ଥିଲେ । ଏ ନେଇ ଗୃହରେ ରିପୋର୍ଟ ଦେବାକୁ ବିଭାଗୀୟ ମନ୍ତ୍ରୀଙ୍କୁ ରୁଲିଂ ଦେଇଥିଲେ ବାଚସ୍ପତି । କିନ୍ତୁ କଳହାଣ୍ଡି ଜିଲ୍ଲାରେ ଧାନ କିଣା ଚିତ୍ର ସାମ୍ନାକୁ ଆସିଛି ।

{"id":226605,"sizeSlug":"large"}

ନୂଆ ଟାର୍ଗେଟ୍ ଆସିଲେ ଯାଇ ଧାନ କ୍ରୟ ଆରମ୍ଭ ହେବ ବୋଲି ଜିଲ୍ଲା ଯୋଗାଣ ବିଭାଗ କହୁଛି । ଏପଟେ ମଣ୍ଡିରେ ଧାନ ବିକ୍ରି ପାଇଁ ଟୋକନ ପାଇଥିବା ଚାଷୀ ଧାନ ବିକ୍ରିରୁ ବଞ୍ଚିତ ରହିଛନ୍ତି । ଯାହାକୁ ନେଇ ପ୍ରଶ୍ନ ଉଠିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.