ଫସଲ ବୀମା ଦାବିରେ ଜାତୀୟ ରାଜପଥ ଅବରୋଧ କଲେ ଚାଷୀ

Published By : Prameya-News7 Bureau | November 13, 2020 IST

ଚଣ୍ଡିଖୋଲ୧୩/୧୧: ଫସଲ ବୀମା ଦାବି ନେଇ ଜାତୀୟ ରାଜପଥରେ ଚାଷୀ। ଚଣ୍ଡିଖୋଲ-ପାରାଦ୍ୱୀପ ଜାତୀୟ ରାଜପଥର କଟିକଟା ଛକ ନିକଟରେ ଶତାଧିକ ଚାଷୀ ଏକାଠି ହୋଇ ରାଜ ରାସ୍ତା ଅବରୋଧ କରିଛନ୍ତି। କଟକ କେନ୍ଦ୍ର  ସମବାୟ ବ୍ୟାଙ୍କ ବାଲିଚନ୍ଦ୍ରପୁର ଶାଖା ଅଧୀନରେ ଥିବା ଭରତପୁର ସମବାୟ ସମିତି ଅଧୀନରେ ୫ଟି ପଞ୍ଚାୟତର ଚାଷୀଙ୍କୁ ଫସଲ ବୀମା ମିଳି ନାହିଁ। ଆଜି ବାଧ୍ୟ ହୋଇ ରାସ୍ତା ରୋକ କରିଛନ୍ତି ଚାଷୀ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ରାସ୍ତା ରୋକ ଜାରି ରହିବ ବୋଲି ଚାଷୀ ଚେତାବନୀ ଦେଇ ଥିବା ବେଳେ ଆଇନ ଶୃଙ୍ଖଲା ଦୃଷ୍ଟିରୁ ପୋଲିସ ମୃତୟନ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.