Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||

ଟୋକେନ ସମସ୍ୟା ଯୋଗୁଁ ବିକ୍ରି ହୋଇପାରୁନି ଧାନ, ରାଜରାସ୍ତାରେ ଚାଷୀ

5/03/2020 at 12:27 PM

ପଦ୍ମପୁର ୫।୩: ପଦ୍ମପୁର ଉପଖଣ୍ଡ ପଦ୍ମପୁର ନୂଆପଡା ରାଜରାସ୍ତାର ବିଜୁ ଏକ୍ସପ୍ରେସ ୱେ ବରତୁଣ୍ଡା ଠାରେ ଜାମସେଠ ସମବାୟ ସମିତିର ୧୫୩ଜଣ ଚାଷୀଙ୍କ ଟୋକେନ ସମସ୍ୟା ଯୋଗୁଁ ଧାନ ବିକ୍ରି ହୋଇପାରିନାହିଁ । ତନ୍ମଧ୍ୟରୁ ୧୩ ଜଣ ଚାଷୀଙ୍କ ଟୋକନ ଥାଇ ମଧ୍ୟ ୨୦୦୦ ବସ୍ତା ଧାନ ବିକ୍ରି ହୋଇ ପାରିନାହିଁ ।

ଅପରପକ୍ଷରେ ସରକାର ରବିଧାନ କିଣିବା ପାଇଁ ସରକାରୀ ସ୍ତରରେ କାର୍ଯ୍ୟ ଆରମ୍ଭ କରିଥିଲେ ହେଁ ବର୍ତମାନ ପର୍ଯ୍ୟନ୍ତ ଖରିପ ଧାନ ଠିକ୍ ଭାବେ ବିକ୍ରି ହୋଇପାରିନାହିଁ । ଅଦିନିଆ ବର୍ଷା ଯୋଗୁଁ ମଣ୍ଡିର ଧାନ ଗଜା ହେଲାଣି । ଏଣୁ ଏହାର ପ୍ରତିବାଦରେ ଜାମସେଠ ସମବାୟ ସମିତିର ଚାଷୀମାନେ ଆଜି ବରତୁଣ୍ଡା ଛକଠାରେ ପଦ୍ମପୁର ନୂଆପଡା ରାଜରାସ୍ତାକୁ ଧାନପକାଇ ଅବରୋଧ କରିଛନ୍ତି ।

ସମସ୍ତ ଚାଷୀଙ୍କ ବହୁ ଚେଷ୍ଟା ପରେ ମଧ୍ୟ ହୋଇନି ଟୋକେନ । ତେଣୁ ଧାନ ବିକ୍ରି କରି ନ ପାରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଚାଷୀ । ଏହି ବିଷୟରେ ବାରମ୍ବାର ଉପ ଜିଲ୍ଲାପାଳ, ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କେହି ଧ୍ୟାନ ଦେଲେ ନାହିଁ ତେଣୁ ବାଧ୍ୟ ହୋଇ ଚାଷୀ ଏବେ ରାସ୍ତାରେ   ।

   Related Posts