ହେକ୍ଟର ହେକ୍ଟର ଧାନ ଫସଲ ନଷ୍ଟ: କ୍ଷତିପୂରଣ ଦାବିରେ ବ୍ଲକ ସାମ୍ନାରେ କୃଷକମାନଙ୍କ ଧାରଣା

Published By : Prameya-News7 Bureau | November 12, 2020 IST

ସାଲେପୁର୧୧/୧୨: ଅଜଣା ରୋଗ ଯୋଗୁଁ ହେକ୍ଟର ହେକ୍ଟର ଧାନ ଫସଲ ନଷ୍ଟ। ଏବେ ଚିନ୍ତାରେ ଚାଷୀ ।ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ଚାଷୀମାନେ ଦାବି କରିଛନ୍ତି। ଏହାସହ କ୍ଷତିପୂରଣ  ଦାବିରେ କୃଷକ ସଂଘ ପକ୍ଷରୁ ଶତାଧିକ ଚାଷୀ ଏକତ୍ରି ହୋଇ  କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ବାର ବ୍ଲକ ସମ୍ମୁଖରେ ଧାରଣାରେ ବସିଛନ୍ତି। ମହାମାରୀ  କରୋନା ପାଇଁ ଚାଷୀ ମାନଙ୍କ ଜୀବନ ଜୀବିକା  ଉପରେ ବିଶେଷ ପ୍ରଭାବ  ପଡିଥିବାବେଳେ ଅଜଣା ରୋଗ ଧାନ ନଷ୍ଟ  ହେବା, ଚାଷୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି।

 ଟାଙ୍ଗୀ-ଚୌଦ୍ୱାର ବ୍ଲକର ବିଭିନ୍ନ ପ୍ରାୟ ୩୦୦ ରୁ ୪୦୦ ଏକର ଜମିର ଧାନ ଚାଷ ଏବେ ଅଜଣା ରୋଗ ଯୋଗୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି l ଯାହା ଚାଷୀମାନଙ୍କର ବର୍ଷକର ଆହାର ଛଡ଼ାଇ ନେଇଛି l ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କ୍ଷୟକ୍ଷତି ହୋଇଥିବା ଚାଷୀମାନଙ୍କୁ ସହାୟତା ଯୋଗାଇଦେବା ପାଇଁ କୃଷକ ସଂଘ ଦାବି କରିଛି। ଏଥିସହ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଟାଙ୍ଗୀ-ଚୌଦ୍ୱାର ବିଡ଼ିଓଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.