Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

କୃଷି ଆଇନ୍ ବିରୋଧରେ ଗର୍ଜିଲେ ନୀଳଗିରି ଚାଷୀ, ଉପଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦେଲେ ସ୍ମାରକପତ୍ର

28/01/2021 at 7:10 PM

ନୀଳଗିରି୨୮/୧: କେନ୍ଦ୍ର ସରକାରଙ୍କ କୃଷି ଆଇନ୍ ବିରୋଧରେ ବାଲେଶ୍ବର ଜିଲ୍ଲା ନୀଳଗିରି କୃଷକ ସଂଘର୍ଷ ସମନ୍ବୟ ସମିତିର ବିଶାଳ ଶୋଭାଯାତ୍ରା। ନୀଳଗିରି ରାଜବାଟୀଠାରୁ ଶତାଧିକ ଚାଷୀ ଏବଂ କୃଷକ ନେତାମାନେ ବିଭିନ୍ନ ନାରା ଦେଇ ନୀଳଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ।

କୃଷି ଆଇନ୍ ପ୍ରତ୍ୟାହାର ସହ ଧାନ କ୍ବିଇଣ୍ଟାଲ ପିଛା ୧୦୦୦ ଟଙ୍କା ବୋନସ ଦେବାକୁ ଦାବି କରିଛନ୍ତି। କଂଗ୍ରେସ, ସିପିଆଇ, ସିପିଆଇଏମ୍ ଦଳ ଏହି ବିକ୍ଷୋଭକୁ ସମର୍ଥନ ଜଣାଇଛନ୍ତି। ନୀଳଗିରି ଉପଜିଲ୍ଲାପାଳଙ୍କ ଅଫିସ୍ ସାମ୍ନାରେ ବର୍ଷିଆନ ଚାଷୀ ନେତା କୈଳାଶ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା।

ଏହି ସଭାରେ ସିପିଆଇ ଜିଲ୍ଲା ସମ୍ପାଦକ ନିରଞ୍ଜନ ବାରିକ, ସିପିଆଇଏମ୍ ଜିଲ୍ଲା ସମ୍ପାଦକ ଶିଶିର ଭୋଇ, କଂଗ୍ରେସର ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ, ଅଖିଳ ଭାରତ ଶ୍ରମିକ ସଂଗଠନର ବାଲେଶ୍ୱର ଜିଲ୍ଲା ସଭାପତି ଭାଗବତ ପ୍ରତିହାରୀ, ସିପିଆଇଏମର ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ନିର୍ମଳ ନାୟକ, ବିଧାୟକ ପ୍ରାର୍ଥୀ ଯୋଗାନନ୍ଦ ଦାସ, ସିପିଆଇର ଜୋନ୍ ସମ୍ପାଦକ ବିଜୟ , କାର୍ଯ୍ୟକାରୀ କମିଟି ସଦସ୍ୟ ପୁରୁଷୋତ୍ତମ ସେଠି, ସମବାୟ ସଭାପତି କମଳାକାନ୍ତ ବାରିକ, ନିହାର ଜେନା, ହରେକୃଷ୍ଣ ପଣ୍ଡିତ, ପ୍ରଭାକର ମହାପାତ୍ର, ଗାୟତ୍ରୀ ପଣ୍ଡା, ଲଷ୍ମୀଧର ମହାନ୍ତି, ବିଜୟ ପାତ୍ର, ରାମଚନ୍ଦ୍ର, ରଥ ସିଂ, ଦିବାକର ବାରିକ, କଂଗ୍ରେସର ମକରନ୍ଦ ମଣ୍ଡଳ, ବିଶ୍ୱନାଥ ଦାସ ରାଧାଶ୍ୟାମ ଦାସ ସମେତ ପ୍ରମୁଖ କର୍ମୀ ସାମିଲ ହୋଇଥିଲେ। ଶୋଭାଯାତ୍ରାରେ ଶତାଧିକ ଚାଷୀମାନେ ଯୋଗଦାନ କରିଥିଲେ। ପରେ ନୀଳଗିରି ଉପଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

   Related Posts