ଚକଡା ପୋକ ଉଜାଡିଦେଲା ସୁନାର ଫସଲ : ହତାଶ ହୋଇ ଧାନ ବିଲରେ ନିଆଁ ଲଗାଇ ଦେଲେ ଚାଷୀ

Published By : Prameya-News7 Bureau | November 10, 2019 IST

ସୁବର୍ଣ୍ଣପୁର ୧୦।୧୧: ଚକଡା ପୋକ ଉଜାଡିଦେଲା ସୁନାର ଫସଲ । ଜିଲ୍ଲା  ପ୍ରଶାସନକୁ ଜଣାଇ କୌଣସି  ଶୁଭଳି  ମିଳିନାଲନି । ଶେଷରେ ହତାଶ ହୋଇ ଧାନ ବିଲରେ ନିଆଁ ଲଗାଇ ଦେଲେ  ଚାଷୀ ।  ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ରାଣିସରର୍ଡା ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

{"id":182049}

ଶହଶହ ଏକଦ ଧାନ ବିଲରେ ଚକଡା ଆତଙ୍କ  ଯୋଗୁଁ  ଚାଷୀ ମୁଣ୍ଡରେ ଚଡକ ପଡିଛି ।  ଚଳିତ ବର୍ଷ ଭଲ ଅମଳର ଆଶାନେଇ ଅନେକ ଚାଷୀ ଧାର କରଜ କରି ଧାନଚାଷ କରିଥିଲେ । ହେଲେ ଠିକଣା ସମୟରେ ଚକଡା ପୋକ ପ୍ରଭାବରେ ନଷ୍ଟ ହୋଇ ଯାଇଛି  ଧାନଚାଷ ।

{"id":182050}

କୃଷି ବିଭାଗ ଅଧତ୍କାରୀଙ୍କୁ ବୁଝି କୀଟନାଶକ ମଧ୍ୟ ପ୍ରୟୋଗ କରିଥିଲେ ।  କିନ୍ତୁ କିଛି ବି କାମଦେଲାନି ।  କୃଷି ବିଭାଗ ଅଧିକାରୀଙ୍କଠୁ ଅରମ୍ଭକରି ପ୍ରଶାସନିକ ଅଧିକାରୀଙ୍କ ସହଯୋଗ ଲୋଡିଲେ ହେଲେ କାହାରିଠୁ ସନ୍ତୋଷଜନକ ଉତ୍ତର ନପାଇ ଶେଷରେ ହତାଶ ହୋଇ ଧାନଚାଷରେ ନିଆଁ ଲଗାଇଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.