Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

କଳାହାଣ୍ଡିରେ ପୁଣି ଧାନ ବିଲରେ ନିଆଁ : ଚକଡା ପୋକ ଲାଗି ଫସଲ ନଷ୍ଟ ହେବାରୁ ଧାନ ବିଲରେ ନିଆଁ ଲଗାଇଲେ ଚାଷୀ

12/11/2019 at 3:21 PM

କଳାହାଣ୍ଡି ୧୨।୧୧: କଳାହାଣ୍ଡିରେ ପୁଣି ଧାନ ବିଲରେ ନିଆଁ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ନଷ୍ଟ ଫସଲରେ ନିଆଁ ଲଗାଇ ଚାଷୀ ଦୃଷ୍ଟି ଆକର୍ଷଣର ପୁରୁଣା ଚିତ୍ରକୁ ଦୋହରାଇବା ଆରମ୍ଭ କରିଛନ୍ତି ଚାଷୀ । 

କଳାହାଣ୍ଡି ଜିଲ୍ଲା କର୍ଲ।ମୁଣ୍ଡା ବ୍ଲକର କଣ୍ଡରେଇ ଗାଁ ଚାଷୀ ଖଗେଶ୍ବର ଭୋଇ ନିଜ ଚାଷ କରିଥିବା ୨ ଏକର ଜମିରେ ଚକଡା ରୋଗ ଦ୍ବାରା ନଷ୍ଟ ଧାନ ଫସଲରେ ନିଆଁ ଲଗାଇଛନ୍ତି । ଧାର କରଜ କରି ଫସଲରେ ଲାଗିଥିବା କୀଟ ପାଇଁ ଔଷଧ ସିଂଚନ ପରେ ବି କୌଣସି ସୁଫଳ ମିଳିନଥିଲା । କୃଷି ବିଭାଗକୁ କ୍ଷେତ୍ର ପରିଦର୍ଶନ ପାଇଁ ବାରମ୍ବାର ଅନୁରୋଧ ସତ୍ତ୍ବେ କେହି ଆସି ନ ଥିଲେ ଏଣୁ ପ୍ରତିବାଦରେ ସେ ଧାନ ଫସଲରେ ନିଆଁ ଲଗାଇଛନ୍ତି ।

ସେହିପରି ଅନ୍ୟ ଜଣେ ଚାଷୀ ଗଣମାଧ୍ୟମ ତଥା ପ୍ରଶାସନର ଦୃଷ୍ଟି ଆକର୍ଷଣ ପାଇଁ ଗତବର୍ଷ ଭଳି ଚଳିତ ବର୍ଷ ଫସଲରେ ନିଆଁ ଲଗାଇବାକୁ ଯୋଜନା କରୁଛନ୍ତି। 

ଚକଡା ତଥା କୀଟ ଦ୍ବାରା ଫସଲ ନଷ୍ଟ ବିଷୟରେ ସମସ୍ତେ ଅବଗତ । ନର୍ଲ। ବିଧାୟକ ଭୁପିନ୍ଦର ସିଂ ଏ ନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରାଯାଉଛି ସହୟତା ପ୍ରଦାନ କରାଯିବ ବୋଲି ସୂଚନା ଦେଉଥିବା ବେଳେ ଧାନ ଫସଲ ନଷ୍ଟ ହୋଇ କୁଟା ସାଜିସାରିଥିବା ବେଳେ ଚାଷୀଙ୍କୁ କୀଟନାଶକ ସିଂଚନ ପାଇଁ ଡେମୋର ଆବଶ୍ୟକତାକୁ ଗୁରୁତ୍ବାରୋପ କରିଛନ୍ତି ।

ବିଧାନସଭା ଶୀତକାଳୀନ ଅଧିବେଶନରେ ଫସଲରେ ନିଆଁକୁ ନେଇ ଶାସକ ବିରୋଧୀ ମଧ୍ୟରେ ଚିରାଚରିତ ତୁମ୍ବି ତୋଫାନ ହୋଇପାରେ । ଗତବର୍ଷ ଏଭଳି ସ୍ଥିତିରୁ କିଛି ଶିକ୍ଷା ମିଳିପାରିଲାନାହିଁ । ନା ଚାଷ ପଦ୍ଧତିରେ କିଛି ସଚେତନତା ନା କୀଟନାଶକ ଯୋଗାଣ ବା ଔଷଧ ସିଂଚନରେ ନୂଆ ପଦ୍ଧତି । କିନ୍ତୁ ପ୍ରଶାସନ ଓ ସରକାରକୁ ଫସଲ ନଷ୍ଟ ପରେ ଦୃଷ୍ଟି ଆକର୍ଷଣ ପାଇଁ ଫସଲରେ ନିଆଁ ଲଗାଇବା ପୁରୁଣା ଟ୍ରେଣ୍ଡକୁ କିନ୍ତୁ ଦୋହରାଇ ଚାଲିଛନ୍ତି ଚାଷୀ । ଯାହା ସମସ୍ୟାର ସମାଧାନ ନୁହେଁ ।

   Related Posts