କଳାହାଣ୍ଡିରେ ମଣ୍ଡିରେ ଭିଜୁଛି ଗଚ୍ଛିତ ଧାନ ; ଅଣ୍ଡର ରେଟ୍‌ରେ ଛତିଶଗଡକୁ ହେଉଛି ଚାଲାଣ , ମାଲାମାଲ ହେଉଛନ୍ତି ଦଲାଲ

Published By : Prameya-News7 Bureau | June 04, 2019 IST

କଳାହାଣ୍ଡି ୪|୬: ଓଡିଶାର ଧାନ ଛତିଶଗଡରେ ବିକ୍ରି । କଳାହାଣ୍ଡି ଚାଷୀଙ୍କ କଷ୍ଟ ଉପାର୍ଜିତ ଅମଳ ଧାନରେ ମାଲେମାଲ ଦଲାଲ ଓ ବେପାରୀ । ସବୁ ବୁଝି ଅବୁଝା ପ୍ରସାଶନ । ଚାଷୀଙ୍କ ଏହି ଅସହାୟତା ପାଇଁ ଦାୟୀ ଆମ ଚିରାଚରିତ ବ୍ୟବସ୍ଥା ।

କଳାହାଣ୍ଡି ଜିଲ୍ଲାରେ ଚଳିତ ଋବି ଋତୁ ରେ ୩୦ଲକ୍ଷ କ୍ବିଣ୍ଟାଲ ଧାନ ଅମଳ ହୋଇଥିବା କୃଷି ବିଭାଗ ରିପୋର୍ଟ କହୁଛି । ସେଥି ମଧ୍ୟରୁ  ସରକାର ୨୦ ଲକ୍ଷ କ୍ବିଣ୍ଟାଲ ସରକାରୀ ଦରରେ କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଥିଲେ । ହେଲେ ଜୁନ୍ ୦୪ ସୁଦ୍ଧା ଜିଲ୍ଲାରେ ମାତ୍ର ଟାର୍ଗେଟରୁ ୨୫ପ୍ରତିଶତ ଧାନ ମଣ୍ଡି ଜରିଆରେ କ୍ରୟ କରାଯାଇଛି ।

{"id":119587}

ଜୁନ୍ ଦ୍ବିତୀୟ ସପ୍ତାହରୁ ମୌସୁମୀ ବର୍ଷ।ର ଆଗମନ ତଥା ବର୍ତ୍ତମାନ କାଳ ବୈଶାଖୀ  ବର୍ଷ। ପାଇଁ ଚାଷୀ ଅତଙ୍କିତ । କାରଣ ମଣ୍ଡି ମାନଙ୍କରେ ବିକ୍ରି ଅପେକ୍ଷାରେ ଗଚ୍ଛିତ ଧାନ ବର୍ଷାରେ ଭିଜୁଥିବା ବେଳେ ଖଳାରେ ରହିଥିବା ଅମଳ ଧାନ ସୁରକ୍ଷିତ ରଖିବାକୁ ଚାଷୀ ଅସମର୍ଥ । ଫଳରେ ବାଧ୍ୟ ହୋଇ ଚାଷୀ ଦଲାଲ ହାତକୁ ଧାନ ଅଣ୍ଡର ରେଟରେ ଟେକି ଦେଉଛି । ଯାହାର ସୁଯୋଗ ନେଉଛନ୍ତି ଦଲାଲ ଓ ଚାଲଣ ହେଉଛି ଛତିଶଗଡ ।

{"id":119588}

ସରକାର ମେ ୧ ତାରିଖରୁ ଜିଲ୍ଲାରେ ରବି ଧାନ କ୍ରୟ ପାଇଁ ଘୋଷଣା କରିଥିଲେ । ହେଲେ ଜିଲ୍ଲା ପ୍ରଶାସନ ଧାନ ଅମଳ ହୋଇ ନ ଥିବା ଦର୍ଶ।ଇ ମେ 1୧୫ରେ ଧାନ କିଣା ଆରମ୍ଭ କଲେ । ହେଲେ ମିଲର, ଶ୍ରମିକ ପାଉଣା ବିବାଦରେ ମେ ୨୫ରୁ ଧାନ କିଣା ଆରମ୍ଭ ହେଲା । ଧାନ କିଣା ଆରମ୍ଭରେ ମିଲର ଧାନର ମାନକୁ ନେଇ ମଣ୍ଡିରେ କଟିଗଂ ପାଇଁ ଆଡି ବସିଲେ ।

{"id":119589}

ବର୍ତ୍ତମାନ କାଳ ବୈଶାଖୀ ବର୍ଷ।ରେ ଧାନ ଭିଜୁଥିବା ବେଳେ ଆଗମୀ ମୌସୁମୀ ବର୍ଷାର  ଆଗମନରେ ଅତଙ୍କିତ ଚାଷୀ ମଣ୍ଡିରେ ବିକ୍ରି ପାଇଁ ଅପେକ୍ଷା ପରିବର୍ତ୍ତେ  ଅଣ୍ଡରରେଟରେ ବିକ୍ରି ପାଇଁ ଏକ ରକମର ବାଧ୍ୟ ହେଉଛି । ହେଲେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଯୁକ୍ତି ଭିନ୍ନ । ଜିଲ୍ଲାରେ ଧାନ ଅମଳ ୫୦ ପ୍ରତିଶତ ବାକି ରହିଛି । ଜିଲ୍ଲା ଯୋଗାଣ ବିଭାଗ ଆସନ୍ତା ସପ୍ତାହକ ମଧ୍ୟରେ ଟାର୍ଗେଟ୍ ଧାନ କିଣି ନେବ ।

{"id":119590}

ଜୁନ ୪ ସୁଦ୍ଧା ଜିଲ୍ଲାରେ ମାତ୍ର ୨୫ପ୍ରତିଶତ ଧାନ କ୍ରୟ ହୋଇଥିବା ବେଳେ ଆସନ୍ତା ସପ୍ତାହକ ମଧ୍ୟରେ କିପରି ୨୦ଲକ୍ଷ କ୍ବିଣ୍ଟାଲ ଧାନ ଅର୍ଥ।ତ ୮୦ ପ୍ରତିଶତ ଧାନ କିଣା ଟାର୍ଗଟେ ପୁରଣ ହୋଇଯିବ । ବ୍ୟବସ୍ଥାର ଏହି ଅସହାୟତା ସମୟରେ ଚାଷୀ ଙ୍କୁ ନେଇ ରାଜନୀତି କରୁଥିବା ଶାସକ ନା ବିରୋଧୀ ନା ଚାଷୀ ସଂଗଠନ କେହି ଚାଷୀ ସହ ନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.