Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

୨୦୨୦ ବଜେଟ୍‌କୁ ନେଇ ଚାଷୀକୂଳ ଅସନ୍ତୁଷ୍ଟ, ଜାଣନ୍ତୁ କ’ଣ କହିଛନ୍ତି କୃଷକ ନେତା

2/02/2020 at 3:29 PM

ନୂଆଦିଲ୍ଲୀ ୨।୨: କେନ୍ଦ୍ର ସରକାର ୨୦୨୦-୨୧ ବର୍ଷ ଲାଗି ଶନିବାର ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିଲେ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟକୁ ନେଇ କେନ୍ଦ୍ର ସରକାର ବାହା ବାହା ଲୁଟୁଛନ୍ତି । କିନ୍ତୁ ଏଥିରେ କୃଷି କ୍ଷେତ୍ର ଲାଗି ମିଳିଥିବା ସୁବିଧା ସୁଯୋଗକୁ ନେଇ ଦେଶର ଚାଷୀ କିନ୍ତୁ ଅସନ୍ତୁଷ୍ଟ ହେବା ଭଳି ଲାଗୁନାହାନ୍ତି।

ବଜେଟ୍ କୃଷକମାନଙ୍କ ଆଶାନୁଯାୟୀ ହୋଇନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି  । ଚଳିତ ବଜେଟ୍‌ରେ ଅର୍ଥମନ୍ତ୍ରୀ କୃଷି ଓ କୃଷକଙ୍କ ପ୍ରେତ୍ସାହନ ଲାଗି ବଜେଟ୍‌ରେ ୧୬ସୁତ୍ରୀ ଯୋଜନାର ପ୍ରସ୍ତାବ ଦେଇଛନ୍ତି।ସ୍ୱରାଜ ଅଭିଯାନ ନେତା ଯୋଗେନ୍ଦ୍ର ଯାଦବ କିଷାନ ସମ୍ମିଳନୀରେ ବଜେଟ୍ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

କେନ୍ଦ୍ର ସରକାର ବଜେଟ୍‌ରେ କୃଷି ଲାଗି ଅର୍ଥବ୍ୟବସ୍ଥା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଇନଥିବା କହିଛନ୍ତି। ସେ କହିଛନ୍ତି ଯେ ଅର୍ଥମନ୍ତ୍ରୀଙ୍କ ବଜେଟ୍‌ ଅଭିଭାଷଣ ଇତିହାସ, ଭୂଗୋଳ ଓ ସାହିତ୍ୟ ଆଲୋଚନା ବ୍ୟତୀତ ଅନ୍ୟ କିଛି ନୁହେଁ। ବଜେଟ୍‌ରେ ଚାଷୀମାନଙ୍କ ଲାଗି ସେପରି କିଛି ବିଶେଷ ଘୋଷଣା ନାହିଁ।

   Related Posts