Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ବିଧାନସଭା ନିର୍ବାଚନ ଫଳାଫଳକୁ ଦିଲ୍ଲୀ ବର୍ଡରରେ ସ୍ୱାଗତ କଲେ ବିକ୍ଷୋଭକାରୀ ଚାଷୀ, ଜାଣନ୍ତୁ କହିଛନ୍ତି କ’ଣ ?

2/05/2021 at 10:38 PM

ନୂଆଦିଲ୍ଲୀ ୨।୫:  ରବିବାର ବିଧାନସଭା ନିର୍ବାଚନ ଭୋଟ ଗଣନା ହୋଇଛି। ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶରେ ହୋଇଥିବା ନିର୍ବାଚନରୁ କେନ୍ଦ୍ରରେ ଶାସକ ବିଜେପି ମାତ୍ର ଗୋଟିକରେ ଜିତିଥିବା ବେଳେ ଅନ୍ୟ ଗୋଟିଏର ଫଳାଫଳ ଝୁଲା ରହିଛି। ୩ଟି ରାଜ୍ୟରେ ଟିଏମସି, ଡିଏମକେ ମେଣ୍ଟ ଓ ବାମପନ୍ଥୀଙ୍କ ବିଜୟ ହୋଇଛି।

ବିଜେପିର ଏପରି ସୋଚନୀୟ ପରାଜୟକୁ ଦିଲ୍ଲୀ ସୀମାରେ ୩ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀ ପରସ୍ପର ମଧ୍ୟରେ ମିଠାବାଣ୍ଟି ସ୍ୱାଗତ କରିଛନ୍ତି। ଦେଶରେ ସାମ୍ପ୍ରଦାୟିକ ଏକଛତ୍ରବାଦ ବିରୋଧରେ ଗଣତନ୍ତ୍ରର ଏହା ବିଜୟ ବୋଲି ଚାଷୀମାନେ କହିଛନ୍ତି। ପ୍ରସଙ୍ଗରେ କୃଷକ ସଙ୍ଗଠନ ଏକ ବୟାନ ଜାରି କରିଥିବା ବେଳେ ଦେଶ ବିଜେପିର ସାମ୍ପ୍ରଦାୟିକ ଧ୍ରୁବିକରଣ ଏଜେଣ୍ଡାକୁ ଅଗ୍ରାହ୍ୟ କରିଥିବା କହିଛି।

ସାରା ଦେଶ ଯେତେବେଳେ କରୋନା ଭାଇରସ ମହାମାରୀ ଯୋଗୁ ଘୋର ସ୍ୱାସ୍ଥ୍ୟଗତ ସଂକଟ ମଧ୍ୟ ଦେଇ ଗତିକରୁଛି ସେତେବେଳେ କେନ୍ଦ୍ର ସରକାରଙ୍କ ଅପାରଗତା ଯୋଗୁ ଉପଯୁକ୍ତ ଯୋଜନା ଅଭାବରୁ ଅନେକ ନିରିହ ଲୋକଙ୍କୁ ପ୍ରାଣ ହରାଇବାକୁ ପଡୁଛି। ଏଥିରେ ସରକାର ଲୋକଙ୍କ ଲାଗି ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ବାବଦେ ଚିନ୍ତା କରିବା ବଦଳେ ହୀନ ରାଜନୈତିକ ସ୍ୱାର୍ଥ ଲାଗି ପଦ ଓ କ୍ଷମତାର ଦୂରପଯୋଗ କରି ନିର୍ବାଚନ ଆୟୋଗଙ୍କ ମିଲିଭଗତରେ ବିଧାନସଭା ନିର୍ବାଚନ ଜିତିବାକୁ ବାହାରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି କୁହାଯାଇଛି। ଏଥିପାଇଁ ବିଜେପି ନିଜର ସମସ୍ତ ଶକ୍ତି ଓ ସଂସାଧନ ଲଗାଇଥିଲେ ମଧ୍ୟ ଜନମତ ଆଗରେ ହାର ମାନିଛି ବୋଲି କୃଷକ ସଂଗଠନ କହିବା ସହ ଏହାକୁ ନିଜର ବିଜୟ ବିବେଚନା କରୁଥିବା ସୂଚିତ କରିଛି।

ତେବେ ନିର୍ବାଚନ ଫଳାଫଳ ସରକାରଙ୍କ ଉପରେ ନିଶ୍ଟିତ ଚାପ ସୃଷ୍ଟି କରିବ ବୋଲି ମିଳିତ କୃଷକ ସଙ୍ଗଠ ଆଶାବ୍ୟକ୍ତ କରିଥିବା ବେଳେ ୩ କୃଷି ଆଇନର ପ୍ରତ୍ୟାହାର ଓ ଦେଶରେ କୃଷି ଉତ୍ପାଦ ନିମନ୍ତେ ଏମଏସପି ଲାଗି ସରକାର ନୂଆ ନିୟମ ଆଣିବେ ବୋଲି କହିଛନ୍ତି। ନଚେତ ଚାଷୀଙ୍କ ଆନ୍ଦୋଳନ ସେ ପର୍ଯ୍ୟନ୍ତ ଜାରି ରହିବ ଯେ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ନ ଆସିଛି ବୋଲି କୃଷକ ନେତାମାନେ କହିଛନ୍ତି।   

   Related Posts