ପୁଣି ତାତିଲେ ଚାଷୀ- ଅବରୋଧ କଲେ ଜାତୀୟ ରାଜପଥ

Published By : Prameya-News7 Bureau | December 17, 2019 IST

ସମ୍ବଲପୁର ୧୭।୧୨ - ଧାନ କିଣା ଅବ୍ୟବସ୍ଥାକୁ ନେଇ ସମ୍ବଲପୁରରେ ପୁଣି ତାତିଲେ ଚାଷୀ । ଧାନ ବିକ୍ରି ପାଇଁ ଅନେକ ଚାଷୀଙ୍କୁ ଟୋକନ୍‌ ମିଳିନଥିବାରୁ ପ୍ରତିବାଦରେ ସେମାନେ ୫୫ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ସେପଟେ ଇଣ୍ଟରନେଟ୍‌ ସମସ୍ୟା ଯୋଗୁଁ ଚାଷୀଙ୍କ ପାଖରେ ଟୋକନ୍‌ ମେସେଜ୍‌ ପହଞ୍ଚିପାରୁ ନଥିବା ଏବଂ ଏଭଳି କ୍ଷେତ୍ରରେ ଅଫଲାଇନ୍‌ ପଞ୍ଜିକରଣ ପାଇଁ ନିର୍ଦେଶ ଦିଆଯାଇଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ । ….

{"id":198972,"sizeSlug":"large"}

ପଶ୍ଚିମ ଓଡ଼ିଶାରେ ପୁଣି ତାତିଲେ ଚାଷୀ । ଧାନକିଣାରେ ଅବ୍ୟବସ୍ଥାକୁ ନେଇ ପୁଣି ରାସ୍ତାକୁ ଓହ୍ଲାଇଛି ସମ୍ବଲପୁର କୃଷକ ସଂଗଠନ । ୫୫ନମ୍ବର ଜାତୀୟ ରାଜପଥରେ ବାରେଇପାଲି ନିକଟରେ ଧାନଗାଡ଼ି ରଖି ଚାଷୀମାନେ ରାସ୍ତା ଅବରୋଧ କରିଛନ୍ତି । ଧାନ ବିକ୍ରି ପାଇଁ ଅନେକ ଚାଷୀଙ୍କୁ ଟୋକନ୍‌ ମିଳି ନ ଥିବାରୁ ପ୍ରତିବାଦରେ ସେମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଖରିଫ ଧାନ ସଂଗ୍ରହ ଆରମ୍ଭରେ ଏଭଳି ସମସ୍ୟା ଦେଖାଦେଇଥିଲେ ମଧ୍ୟ ସମାଧାନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ଏବେ ବି ସମାନ କାରଣରୁ ଅନେକ ଚାଷୀ ସେମାନଙ୍କ ଧାନବିକ୍ରି କରିନପାରି ହଇରାଣ ହେଉଛନ୍ତି ।

{"id":198973,"sizeSlug":"large"}

ଟୋକନ୍‌ ସମସ୍ୟାର ସମାଧାନ ନହେବା ଯାଏଁ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି ଚାଷୀ । ସେପଟେ ଯୋଗାଣ ମନ୍ତ୍ରୀଙ୍କ କହିବା କଥା ଚାଷୀମାନେ ଭୁଲ୍‌ ରାସ୍ତାରେ ଯାଉଛନ୍ତି । ବର୍ତ୍ତମାନ ସୁଦ୍ଧା ସମ୍ବଲପୁରରେ ଗତବର୍ଷ ତୁଳନାରେ ୩୭ ପ୍ରତିଶତ ଅଧିକ ଧାନକିଣା ସରିଲାଣି । ଇଣ୍ଟରନେଟ୍‌ ସମସ୍ୟା ପାଇଁ ସଂପୃକ୍ତ ଅଂଚଳରେ ୭ଶହ ଫୋର୍‌ ଜି’ ଡଙ୍ଗଲ ଦିଆଯାଇଛି । ଯେଉଁଠି ଇଣ୍ଟରନେଟ୍‌ ଯୋଗାଇ ହେଉନାହିଁ , ସେଠାରେ ଅଫ୍‌ ଲାଇନ୍‌ରେ ପଞ୍ଜିକରଣ କରିବା ପାଇଁ ନିର୍ଦେଶ ଦିଆଯାଇଛି ।

{"id":198974,"sizeSlug":"large"}

ଗୋଟେ ପଟେ ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକନ୍‌ ମିଳୁନଥିବା ବେଳେ ଶହ ଶହ ବସ୍ତାଧାନ ଧରି ମଣ୍ଡିରେ ପଡ଼ି ରହଛନ୍ତି ଚାଷୀ । ଅନ୍ୟପଟେ ଯେଉଁମାନେ ଧାନବିକ୍ରି କରିଛନ୍ତି ସେମାନଙ୍କ ମିଳିନି ଟଙ୍କା । ତେବେ ଏଥର ଧାନ କିଣାକୁ ସହଜ କରିବାକୁ ଯେଉଁଭଳି ପ୍ରସ୍ତୁତି କରାଯାଇଥିଲା ସେଥିରେ ସମ୍ପୂର୍ଣ୍ଣ ସଫଳତା ମିଳିନଥିବା ଏଥିରୁ ସ୍ପଷ୍ଟ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.