ଧାନ କିଣା ଯାଉନଥିବା ପ୍ରତିବାଦରେ ରାସ୍ତାରୋକ କଲେ ଚାଷୀ, ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ

Published By : Prameya-News7 Bureau | March 06, 2021 IST

ଖଲ୍ଲିକୋଟ ୬।୩: ଧାନ କିଣା ନେଇ ସବୁଠି ତେଜୁଛି ଚାଷୀ ଅସନ୍ତୋଷ । ଗୋଟିଏ ପଟେ ଟାର୍ଗେଟ୍ ନଥିବାରୁ ଚାଷୀଙ୍କ ଧାନ କିଣା ଯାଉନଥିବା ବେଳେ ଅନ୍ୟପଟେ ଚାଷୀଙ୍କ ଟୋକନ ଅବଧି ଶେଷ ହେବାକୁ ବସିଛି । ଆଉ ଏହାକୁ ନେଇ ଚାଷୀମାନେ ଅନେକ ଥର ଆନ୍ଦୋଳନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଧାନ କିଣା ଯାଇନାହଁ ।

{"id":418559,"sizeSlug":"large","linkDestination":"none"}

ତେଣୁ ଶନିବାର ଧାନ କିଣାର ପ୍ରତିବାଦ କରି ଛତ୍ରପୁର ବ୍ଲକ୍ ପୋଟଲାମପୁର ପଞ୍ଚାୟତର ଶହ ଶହ ଚାଷୀ ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁରକୁ ଯାଉଥିବା ପାନୀୟଜଳ ପ୍ରକଳ୍ପକୁ ବନ୍ଦ କରିବା ସହ ଛତ୍ରପୁର ତାରାତାରିଣୀ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ଚାଷୀଙ୍କ ଧାନ କିଣା ଯିବା ସହ ମରିଚ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ କରାଯାଉନଥିବା ସେମାନେ ଅଭିଯୋଗ କରିଛନ୍ତି । ନଚେତ୍ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ । ଉକ୍ତ ପଞ୍ଚାୟତର ୫୦ରୁ ଉର୍ଦ୍ଧ୍ବ ଚାଷୀଙ୍କ ଟୋକନ ଅବଧି ଶେଷ ହୋଇଯାଇଥିବା ମଧ୍ୟ ଚାଷୀମାନେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.