Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ଚାଷୀ : ୧୪ରେ ଦେଶବ୍ୟାପି ଧର୍ମଘଟ ଡାକରା, ୧୨ ରେ ବନ୍ଦ କରିବେ ଦିଲ୍ଲୀ-ଜୟପୁର ରାସ୍ତା, ଟାର୍ଗେଟ୍ ଅମ୍ବାନୀ-ଆଦାନୀ

9/12/2020 at 7:37 PM

ନୂଆଦିଲ୍ଲୀ ୦୯/୧୨ : ଚାଷୀ ସଂଗଠନଗୁଡିକ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି । ଚାଷୀ ନେତାମାନେ କହିଛନ୍ତି ଯଦି ୩ଟି ଯାକ କୃଷି ଆଇନ ରଦ୍ଦ ନହୁଏ ତେବେ ଆଗାମୀ ଦିନରେ ଦିଲ୍ଲୀର ସବୁ ରାସ୍ତା ବନ୍ଦ କରାଯିବ । ଡିସେମ୍ବର ୧୪ରେ ରାଜ୍ୟମାନଙ୍କରେ ସବୁ ଜିଲ୍ଲା ମୁଖ୍ୟାଳୟ ଘେରାଉ କରିଯିବ । ବିଜେପି କାର୍ଯ୍ୟାଳୟମାନଙ୍କରେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ନେତା ଶିବ କୁମାର କକ୍କା । ଦିଲ୍ଲୀ-ଜୟପୁର ରାଜମାର୍ଗ ଡିସେମ୍ବର ୧୨ ଯାଏଁ ବନ୍ଦ କରାଯିବ ବୋଲି ଚାଷୀ ନେତା ସୂଚନା ଦେଇଛନ୍ତି । ଏପରିକି ସେହିଦିନ ସମସ୍ତ ଟୋଲ ପ୍ଲାଜା ଫ୍ରି କରାଯିବ ବୋଲି ଚେତାବନୀ ଦିଆଯାଇଛି ।

କ୍ରାନ୍ତିକାରୀ କିଷାନ ୟୁନିଅନର ଅଧ୍ୟକ୍ଷ ଦର୍ଶନ ପାଲ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସେମାନେ ଦେଶରେ ରିଲାଏନ୍ସ ଏବଂ ଆଦାନୀର ସମସ୍ତ ଉତ୍ପାଦକୁ ବହିଷ୍କାର କରିବେ । ଏହା ସହିତ ପ୍ରତିଦିନ ବିଜେପି ମନ୍ତ୍ରୀମାନଙ୍କୁ ଘେରାଉ କରାଯିବ । ଚାଷୀ ସଂଗଠନମାନେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଦେଶର କୋଣ ଅନୁକୋଣରୁ ଚାଷୀମାନଙ୍କୁ ଦିଲ୍ଲୀ ଡକାଯାଉଛି । ତେବେ ଏହା ମଧ୍ୟ ସ୍ପଷ୍ଟ ହେଉଛି କି ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ।

ବିରୋଧ ପ୍ରଦର୍ଶନ ବେଳେ ସରକାର ବୁଧବାର କୃଷକମାନଙ୍କୁ ଲିଖିତ ଭାବେ ସମସ୍ୟାର ସମାଧାନ ହେବ ବୋଲି ଆଶ୍ବାସନା ଦେଇଥିଲେ ମଧ୍ୟ ଏହାକୁ ଚାଷୀମାନେ ଖାରଜ କରିଦେଇଛନ୍ତି । ସରକାର ୭ଟି ମୁଦ୍ଦାକୁ ନେଇ ଆବଶ୍ୟକ ସଂଶୋଧନ କରିବା ନେଇ ପ୍ରସ୍ତାବ ଦେଇଛନ୍ତି ଯେଉଁଥିରେ ମଣ୍ଡି ବ୍ୟବସ୍ଥାକୁ ସୁଦୃଢ କରାଯିବା ଭଳି ମୁଦ୍ଦା ସାମିଲ ଅଛି । ଚାଷୀମାନଙ୍କର ଯେ କୌଣସି ପ୍ରଶ୍ନର ସ୍ପଷ୍ଟୀକରଣ ରଖିବାକୁ ପ୍ରସ୍ତୁତ ଥିବା ସରକାର କହିଛନ୍ତି । କିନ୍ତୁ କୃଷକମାନଙ୍କ ଦ୍ବାରା କୃଷି ଆଇନକୁ ଫେରାଇନେବା ପ୍ରସ୍ତାବକୁ ଏଡାଇ ଯାଇଛନ୍ତି କେନ୍ଦ୍ର ସରକାର ।

ଗୃହ ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଜୃଷକ ସଂଗଠନର ୧୩ ଜଣ ନେତାଙ୍କୁ ଭେଟିଛନ୍ତି । ବୈଠକ ପରେ ଶାହା କହିଛନ୍ତି ଯେ, ସରକାର ୩ଟି ଯାକ କୃଷି ବିଲକୁ ନେଇ ଚାଷୀମାନଙ୍କ ଦ୍ବାରା ଉଠାଯାଇଥିବା ଗୁରୁତ୍ବପୂର୍ଣ୍ଣ ମୁଦ୍ଦା ଉପରେ ଏକ ଡ୍ରାଫ୍ଟ ପ୍ରସ୍ତାବ ପଠାଯିବ । ଚାଷୀ ନେତାଙ୍କ ସହିତ ଆଲୋଚନା ବେଳେ କୌଣସି ନିଷ୍କର୍ସ ବାହାରିପାରି ନଥିଲା । ସରକାର ଏବଂ ଚାଷୀଙ୍କ ମଧ୍ୟରେ ୬ ଥର ଆଲୋଚନା ହୋଇସାରିଥିବା ବେଳେ ଏଯାଏଁ କୌଣସି ରାସ୍ତା ବାହାରି ପାରିନାହିଁ ।  

   Related Posts