ଫସଲ ବୀମା ଦାବୀରେ ଚାଷୀଙ୍କ ରାସ୍ତାରୋକ

Published By : Prameya-News7 Bureau | July 31, 2018 IST

ଫସଲ ବୀମା ଦାବୀରେ ଚାଷୀଙ୍କ ରାସ୍ତାରୋକ । ରାଜ୍ୟ ରାଜପଥ ୧୬ ବୋର୍ଡ। ଛକ ଠାରେ ଚାଷୀଙ୍କ ରାସ୍ତା ଆବରୋଧ ଫଳରେ ନୁଆପଡା-ଭବାନୀପାଟଣା ଯାତୟତ ବାଧାପ୍ରାପ୍ତ ହୋଇଛି । ରାଜ୍ୟ ସରକାରଙ୍କ ମରୁଡି ସହାୟତା ଇନପୁଟ ସବସିଡି ପାଇଥିବା ଚାଷୀ ବ୍ୟାଙ୍କ ମାନଙ୍କରେ ଫସଲ ବୀମା ପ୍ରିମିୟମ ଦାଖଲ ସତ୍ବେ ଫସଲ ବୀମା ତାଲିକାରୁ ବଚିଂତ ରହିଛନ୍ତି । ଏ ନେଇ ଚାଷୀ ବ୍ଲକ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ପାଖରେ ଆଭିଯୋଗ ସତ୍ବେ କୌଣସି ଆଶ୍ବାସନ ନ ପାଇ ରାଜରାସ୍ତା ଅବରୋଧ ପାଇଁ ନିଷ୍ପତି ନେଇଛନ୍ତି । ଆଜି ସକାଳୁ ରାସ୍ତା ରୋକ ପାଇଁ କଳାହାଣ୍ଡି ନୁଆପଡା ଜିଲ୍ଲା କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ୧୬ ରେ ବହୁ ଗାଡି ଆଟକି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.