କୃଷି ଆଇନ୍‌କୁ ବିରୋଧ, ଟୋଲ ଗେଟ୍ ସମୁଖରେ କେନ୍ଦ୍ର ବିରୋଧୀ ନାରା ବାଜି ସହ ଚାଷୀଙ୍କ ପ୍ରତିବାଦ

Published By : Prameya-News7 Bureau | December 12, 2020 IST

ଚଣ୍ଡୀଖୋଲ ୧୨।୧୨: କେନ୍ଦ୍ରୀୟ ବିଲକୁ ବିରୋଧ କରି ଦିଲ୍ଲୀରେ ଚାଲି ଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଦେଶର ବିଭିନ୍ନ ଟୋଲ ଗେଟ୍ ସମ୍ମୁଖରେ ଚାଷୀମାନେ ପ୍ରତିବାଦ କରିବା ସହ ଟୋଲ୍ ଗେଟରେ ଦେୟ ମୁକ୍ତ କରାଯିବ ବୋଲି ଦାବି କରିଛନ୍ତି। ଏହାକୁ ସମର୍ଥନ କରି ଯାଜପୁର ଜିଲ୍ଲାର ଶ୍ରୀରାମପୁର ଟୋଲ ଗେଟ୍ ସମ୍ମୁଖରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗେଟ୍ ସମୁଖରେ କେନ୍ଦ୍ର ବିରୋଧୀ ନାରା ବାଜି ଦେବା ସହ  ବିକ୍ଷୋଭ କରା ଯାଉଛି। ସମସ୍ତ ଗାଡିକୁ ଟୋଲ ଗେଟ୍‌ରେ ଛାଡି ଦିଆ ଯାଉଛି। ନବ ନିର୍ମାଣ କୃଷକ ସଂଗଠନର ସହ ସଂଯୋଜକ ଅଶୋକ ଶାନ୍ତିଙ୍କ ନେତୃତ୍ୱରେ ବହୁ ଚାଷୀ ଗେଟ୍ ସମୁଖରେ ରହି ପ୍ରତିବାଦ କରିଛନ୍ତି। ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୋଲିସ ମୃତୟନ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.