Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଖୋଲା ଆକାଶ ତଳେ ଧାନ ଧରି ବସିଛନ୍ତି ଚାଷୀ, ମିଲର୍ସଙ୍କ ଦେଖା ମିଳୁନି

7/12/2018 at 12:57 PM

ସମ୍ବଲପୁର ୦୭|୧୨: ଖୋଲା ଆକାଶ ତଳେ ଧାନ ଧରି ବସିଛନ୍ତି ଚାଷୀ । ହେଲେ ମିଲର୍ସଙ୍କ ଦେଖାମିଳୁନି । ଗତ କିଛି ଦିନ ଧରି ଶୀତ କାକରରେ ମଣ୍ଡି ବାହାରେ ଚାଷୀ ଧାନ ଜଗି ବସିଛନ୍ତି । ସମ୍ବଲପୁର କୁଚିଣ୍ଡାରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ଏଫ୍ଏକ୍ୟୁ ମାନର ଆଳରେ ଚାଷୀଙ୍କ ଠାରୁ ଧାନ କିଣାଯାଉନାହିଁ। ସେପଟେ କଳାହାଣ୍ଡିରେ ଦେଖିବାକୁ ମିଳିଛି ମିଲରଙ୍କ ମର୍ଜି । ଅମଳ ଧାନ ବିକ୍ରି ପାଇଁ ମଣ୍ଡିକୁଆସିଥିଲେ ଚାଷୀ । ଭାବିଥିଲେ ଧାନ ବିକ୍ରି ହେଲେ ହାତକୁଦି ପଇସା ଆସିବ । ହେଲେ ମିଲର ପୂରାଇଛନ୍ତି କେଁ । ନିଜ କଷ୍ଟ ଅର୍ଜିତ ଫସଲକୁ ଶୀତ କାକରରେ ଜଗି, ପଡ଼ିରହୁଛନ୍ତି ଚାଷୀ । ସରକାରୀ ଘୋଷଣାର ମାସକପରେ ତ ମଣ୍ଡି ଖୋଳିଲା । ଏଣେ ଏଫଏକ୍ୟୁ ମାନର ଧାନରୁ କ୍ବିଣ୍ଟାଲ ପିଛା ୨ରୁ ୫ କେଜି କାଟିନେବାକୁ ଅଡ଼ି ବସିଛନ୍ତି ମିଲର । ତେଣୁ ମଣ୍ଡିରୁ ଧାନଉଠିପାରୁନାହିଁ । ରାୟଗଡ଼ାରେ ବି ଚାଷୀ ସମାନ ଦୁର୍ଦ୍ଦଶାରଶିକାର । ଚଳିତ ବର୍ଷ ମିଲର ସିଧାସଳଖ ଧାନ ନକିଣିବାକୁ ନିଷ୍ପତ୍ତି ନେଇଛନ୍ତି । ମିଲର ସଂଘର ଅଭିଯୋଗହେଲା ଏଥର ବି ଧାନ କିଣା ଟାର୍ଗେଟ୍ ରେ ଜାଲିଆତି ହୋଇଛି । ଚଳିତ ବର୍ଷ କୋଉ ମିଲର କେତେ ଧାନ କିଣିବେବର୍ତ୍ତମାନ ସୁଦ୍ଧା ତାହାର ତାଲିକା ଯୋଗାଣ ବିଭାଗ ପ୍ରଦାନ କରିନି । କୋଉ ମଣ୍ଡିରୁ କୋଉ ମିଲର ଧାନକିଣିବେ ତାହା ବି ଅବଗତ କରାଯାଇନି । ଫଳରେ ମିଲର ଅସହଯୋଗ କରୁଛନ୍ତି, ଆଉ ଏପଟେ ଚାଷୀ ମୁଣ୍ଡରେ ଚଡ଼କପଡ଼ିଛି ।

   Related Posts