Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

୧୨ଦଫା ଦାବିନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ଚାଷୀ, ଦାବି ପୂରଣ ନହେଲେ ଆନ୍ଦୋଳନ କରିବାକୁ ଚେତାବନୀ

11/10/2021 at 5:56 PM

ବରଗଡ଼, ୧୧।୧୦: କେତେବେଳେ ଅଦିନିଆ ବର୍ଷା ଓ ରୋଗପୋକ ଦାଉ ସାଧୁଛି ତ ଆଉ କେତେବେଳେ ମରୁଡି ଜନିତ ଚାଷ ନଷ୍ଟ ହେଉଛି  । କେତେବେଳେ ବୀମା କମ୍ପାନୀର ଶୋଷଣର ଶିକାର ହେଉଛି ତ ଆଉ କେତେବେଳେ ବିଦ୍ୟୁତ ବିଲର କଷଣରେ କଷିହେଉଛି ଚାଷୀ । ଯାହାକୁ ନେଇ ନିଜର ହକ ଓ ଅଧିକାରର ଲଢେଇ ଲଢ଼ୁଛି ଚାଷୀ । ଏହାର ଉଦାହରଣ ବରଗଡ଼ ଜିଲାରେ ଦେଖିବାକୁ ମିଳିଛି ଆଜି ।

ବରଗଡ଼ ଜିଲ୍ଲା ଚାଷୀ ସଙ୍ଗଠନ ସମନ୍ୱୟ ସମିତି ପକ୍ଷରୁ ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୨ ଦଫା ଦାବିନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଛନ୍ତି ଚାଷୀ । ଜୁନ, ଜୁଲାଇ ଓ ଅଗଷ୍ଟ ମାସରେ ଆଵଶ୍ୟକତା ଠାରୁ କମ ବର୍ଷା ହୋଇଥିବାରୁ ଜିଲ୍ଲାର ଅଣ ଜଳସେଚିତ ଅଞ୍ଚଳରେ ଚାଷ ନଷ୍ଟ ହୋଇଯାଇଥିବାରୁ ଉକ୍ତ ଅଣ ଜଳସେଚିତ ଅଞ୍ଚଳକୁ ସମ୍ପୂର୍ଣ୍ଣ  ମରୁଡି ଘୋଷଣା କରାଯାଉ ବୋଲି ସେମାନେ ଦାବି କରିଛନ୍ତି ।କୃଷି ଋଣ ଛାଡ଼ ଓ ବିଦ୍ୟୁତ ବିଲ ଛାଡ଼ କରିବା ସହ ସ୍ୱାମୀନାଥନ କମିସନ ଆଧାରରେ ଧାନର ମୂଲ୍ୟ ନିର୍ଦ୍ଧାରଣ କରାଯାଉ ଓ ଜଳସେଚିତ  ଅଞ୍ଚଳରେ ଅମଳ ହୋଇଥିବା ସମ୍ପୂର୍ଣ ଧାନ ସଂଗ୍ରହ କରାଯାଉ ପରି ମୋଟ ୧୨ ଦଫା ସମ୍ବଳିତ ଏକ ଦାବି ପତ୍ର ବରଗଡ଼ ଜିଲ୍ଲାପାଳଙ୍କ ଅନୁପସ୍ଥିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ଚାଷୀ ।

ବରଗଡ଼ ଲୋକମଣ୍ଡପ ପଡ଼ିଆରୁ ପ୍ରାୟ ଶତାଧିକ ଚାଷୀ ଏକ ଶୋଭାଯାତ୍ରାରେ ବାହାରି ଗାନ୍ଧିଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ ।ସେଠାରେ ବିକ୍ଷୋଭ ପଦର୍ଶନ କରିବା ସହ ୧୨ଦଫା ଦାବି ଉପସ୍ଥାପନ କରିଥିଲେ । ପରେ ଅତିରିକ୍ତ ଜିଲ୍ଲାପାଳ ମିର୍ଧା ଟପ୍ପୋଙ୍କୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଏହାର ପ୍ରତିକାର ଓ ସମାଧାନ ସରକାର ନକଲେ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।

   Related Posts