Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସିଇଓଙ୍କ କାର୍ଯ୍ୟାଳୟକୁ ଧସେଇ ପସିବାକୁ ଉଦ୍ୟମ, ଚାଷୀଙ୍କୁ ଅଟକ ରଖିଲା ପୋଲିସ

10/04/2019 at 12:23 PM

ଭୁବନେଶ୍ବର ୧୦|୪ : ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ କୃଷକମାନେ ପ୍ରତିବାଦ କରିଛନ୍ତି । ଆନ୍ଦୋଳନରତ ଶତାଧିକ ଚାଷୀଙ୍କୁ ଅଟକ ରଖାଯାଇଛି । ସିଇଓଙ୍କ କାର୍ଯ୍ୟାଳୟ ଆଗରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଡିସିପିଙ୍କ ନେତୃତ୍ବରେ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇଛି ପୋଲିସ । ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟ ସିଇଓଙ୍କ ଅଫିସ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ । ପୂର୍ବରୁ କିଛି ସୂଚନା ଦେଇନଥିଲା କୃଷକ ସଂଗଠନ । ସଂଗଠନର ୬୦ ଜଣକୁ ଅଟକ ରଖାଯାଇଛି ।

ଚାଷୀମାନେ କାଳିଆ ଯୋଜନାରେ ଟଙ୍କା ପାଇବାରେ ଅସୁବିଧାର ସମ୍ମୁଖିନ ହେଉଥିଲେ । ପୂର୍ବରୁ ଚାଷୀମାନେ ଏନେଇ ସିଇଓଙ୍କୁ ମଧ୍ୟ ଭେଟିଥିଲେ । ମାତ୍ର କିଛି ଅନୁରୂପ ଫଳ ନପାଇବାରୁ ଚାଷୀମାନେ ଆଜି ଏଭଳି ଆନ୍ଦୋଳନ କରିଥିବା ଜଣାପଡିଛି ।

   Related Posts