ଅମିତ ଶାହାଙ୍କୁ ଭେଟିଲେ କୃଷି ମନ୍ତ୍ରୀ, ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଚାଲିଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା

Published By : Prameya-News7 Bureau | December 13, 2020 IST

ନୂଆଦିଲ୍ଲୀ ୧୩/୧୨ : ନୂଆ କୃଷି ଆଇନକୁ ବିରୋଧ କରି ଚାଷୀ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଚାଷୀମାନଙ୍କର ଏହି ଆନ୍ଦୋଳନ ୧୮ ଦିନରେ ପହଞ୍ଚିଲାଣି । ଏବେ ଦିଲ୍ଲୀ ସୀମାରେ ହଜାର ହଜାର ସଂଖ୍ୟାରେ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଏହାରି ମଧ୍ୟରେ ରବିବାର କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ  ଭେଟିଛନ୍ତି । ଅମିତ ଶାହାଙ୍କ ବାସଭବନରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିବା ସୂଚନା ମିଳିଛି ।

କିଷାନ ୟୁନିଅନର ପଞ୍ଜାବ ୟୁନିଟ୍ ଶନିବାର ଦିଲ୍ଲୀ-ଜୟପୁର ଜାତୀୟ ରାଜପଥ ବନ୍ଦ କରିବାକୁ ଚେତାବନୀ ଦେଇଥିଲେ । ଏହାରି ମଧ୍ୟରେ କଂଗ୍ରେସ ନେତା ଶଶି ଥରୁର୍ ପଞ୍ଜାବ ସାଂସଦମାନଙ୍କ ସହିତ ଧାରଣାରେ ସାମିଲ ହୋଇଛନ୍ତି । ଶଶି ଥରୁର କହିଛନ୍ତି କଂଗ୍ରେସ ଚାଷୀଙ୍କ ସହିତ ସର୍ବଦା ରହିଆସିଛି ଏବଂ ଏହି ଆନ୍ଦୋଳନରେ ମଧ୍ୟ ଶେଷ ପର୍ଯ୍ୟନ୍ତ ରହିବ ।  

ଆସନ୍ତା ୧୪ ତାରିଖରେ ବିଭିନ୍ନ କୃଷକ ସଂଗଠନମାନେ ଦେଶବ୍ୟାପି ଜିଲ୍ଲା ମୁଖ୍ୟାଳୟରେ ଧାରଣା ପ୍ରଦର୍ଶନ କରିବେ । ଏହା ସହିତ ମନ୍ତ୍ରୀ, ସାଂସଦ ଏବଂ ବିଧାୟକଙ୍କୁ ଘେରାଉ କରିବା ପାଇଁ କୃଷକ ସଂଗଠନଗୁଡିକ ପ୍ରସ୍ତୁତି ଚଳାଇଛନ୍ତି । ଦିଲ୍ଲୀର ସିନ୍ଧୁ ସୀମାରେ ଚାଷୀମାନେ ଦୀର୍ଘଦିନ ଧରି ଆନ୍ଦୋଳନ ଜାରି ରଖିଛନ୍ତି । ବିଭିନ୍ନ ଟ୍ରେଡ୍ ବ୍ୟାଙ୍କ୍ ୟୁନିଅନ, ରେଳ ଟ୍ରାନ୍ସପୋର୍ଟ ୟୁନିଅନ, ପେଟ୍ରୋଲ ପମ୍ପ୍ ସଂଗଠନ ଗୁଡିକୁ ଆନ୍ଦୋଳନରେ ସାମିଲ ହେବା ପାଇଁ ପ୍ରସ୍ତାବ ​‌େ​‌ଦେଇଛନ୍ତି ।

ଚାଷୀ ନେତାଙ୍କ ଆହ୍ବାନରେ ଅନେକ ସଂଖ୍ୟାରେ ପଞ୍ଜାବରୁ ଅନେକ ଚାଷୀ ଟ୍ରାକ୍ଟର, ବସ, ମଟର ସାଇକେଲ ଏବଂ କାର ମାଧ୍ୟମରେ ଦିଲ୍ଲୀ ଆସୁଛନ୍ତି । ତେବେ ଚାଷୀମାନଙ୍କର କୃଷି ଆଇନ ବିରୁଦ୍ଧରେ ଏହି ଆନ୍ଦୋଳନ ଆଗକୁ ଆହୁରି ତୀବ୍ର ହେବ ବୋଲି ଆଶଙ୍କା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.