ଦିଲ୍ଲୀରେ ଆଜି କୃଷକ ସଂଗଠନ ପାଳିବ କଳାଦିବସ : ଆଲର୍ଟରେ ପୋଲିସ, ସୁରକ୍ଷା କଡାକଡି

Published By : Prameya-News7 Bureau | May 26, 2021 IST

ନୂଆଦିଲ୍ଲୀ ୨୬/୫ : କରୋନା ମହାମାରୀ ମଧ୍ୟରେ କୃଷକ ମୋର୍ଚ୍ଚା ନୂତନ କୃଷି ନିୟମ ବିରୋଧରେ ଗତ ୬ ମାସ ଧରି ଆନ୍ଦୋଳନ କରିଆସୁଛନ୍ତି । ଆଜି ୬ ମାସ ଅବସରରେ ସାରା ଦେଶରେ କଳା ଦିବସ ପାଳନ କରିବାକୁ ଆହ୍ୱାନ ଦେଇଛି କୃଷକ ସଂଗଠନ । ଚାଷୀମାନେ ମଧ୍ୟ ଦେଶବାସୀଙ୍କୁ ନିବେଦନ କରିଛନ୍ତି ଯେ ସେମାନଙ୍କ ଘର ଏବଂ ଗାଡିରେ କଳା ପତାକା ଲଗାନ୍ତୁ । ଚାଷୀଙ୍କ ଏହି ଆହ୍ୱାନକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ମଧ୍ୟ ସତର୍କତା କୁ ବଢାଇଛି ।

ଦିଲ୍ଲୀ ପୋଲିସର ମୁଖପାତ୍ର ଚିନ୍ମୟ ବିଶ୍ୱାଳ କହିଛନ୍ତି, "ଆମେ କୃଷକମାନଙ୍କୁ ନିବେଦନ କରିଛୁ ଯେ କରୋନାର ଏଭଳି ପରିସ୍ଥିତିରେ ହଜାର ହଜାର ଲୋକଙ୍କ ଜୀବନ ଚାଲିଯାଉଛି । ତେଣୁ କୌଣସି କାର୍ଯ୍ୟକ୍ରମ କିମ୍ବା ଜନସମାଗମ କରନ୍ତୁ ନାହିଁ । ନଚେତ୍ କରୋନା ବ୍ୟାପିବ ଏଥିରେ ସନ୍ଦେହ ନାହିଁ । ସେଥିପାଇଁ କୌଣସି ପ୍ରକାର ପ୍ରଦର୍ଶନ କିମ୍ବା ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇନାହିଁ ।

ସେ କହିଛନ୍ତି, "ଯଦି କେହି ବ୍ୟକ୍ତି ବେଆଇନ ଭାବେ କାର୍ଯ୍ୟ କରନ୍ତି କିମ୍ବା କରୋନା ନିୟମ ଭାଙ୍ଗିବାକୁ ଚେଷ୍ଟା କରନ୍ତି । ତେବେ ଆମେ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ସୀମାନ୍ତରେ ସୁରକ୍ଷା ପାଇଁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.