Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟଙ୍କ ସ୍ବତନ୍ତ୍ର କମିଟିର ପ୍ରଥମ ବୈଠକ, ବାହାରିବ କି ସମାଧାନର ରାସ୍ତା ?

19/01/2021 at 11:26 AM

ନୂଆଦିଲ୍ଲୀ ୧୯/୦୧ : ନୂଆ କୃଷି ଆଇନ ବିରୁଦ୍ଧରେ ଦୀର୍ଘ ୫୫ ଦିନ ହେଲା ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି କୃଷକ ସଂଗଠନ । ଏହାରି ମଧ୍ୟରେ ସୁପ୍ରିମକୋର୍ଟ ଦ୍ବାରା ଗଠନ କରାଯାଇଥିବା ସ୍ବତନ୍ତ୍ର କମିଟି ଆଜି ପ୍ରଥମ ଥର ବୈଠକ କରିବେ । ଏହି କମିଟିକୁ ଚାଷୀମାନେ ପୂର୍ବରୁ ବିରୋଧ କରିସାରିଛନ୍ତି । କିନ୍ତୁ ଏହି ବୈଠକରୁ କିଛି ନିଷ୍କର୍ସ ବାହାରିବ ବୋଲି ଆଶା କରାଯାଉଛି । ତେବେ ଚାଷୀ ଏବଂ ସରକାରଙ୍କ ମଧ୍ୟରେ ୧୦ମ ଥର ପାଇଁ ବୈଠକ ହେବ ନାହିଁ । କେନ୍ଦ୍ର କୃଷି ମନ୍ତ୍ରାଳୟ କହିଛି ଯେ, ସରକାରଙ୍କ ପକ୍ଷରୁ ମନ୍ତ୍ରୀ ସ୍ତରୀୟ ବୈଠକ ବୁଧବାର ଦିନ ବିଜ୍ଞାନ ଭବନରେ ଅନୁଷ୍ଠିତ ହେବ ।

କୃଷି ଆଇନକୁ ନେଇ ଲାଗିରହିଥିବା ବିବାଦକୁ ଶେଷ କରିବା ପାଇଁ ସୁପ୍ରିମକୋର୍ଟ ୪ ସଦସ୍ୟ ବିଶିଷ୍ଟ ଏକ ସ୍ବତନ୍ତ୍ର କମିଟି ଗଠନ କରିଥିଲେ । ଯେଉଁଥିରେ ଭାରତୀୟ ଚାଷୀ ୟୁନିଅନ ଅଧ୍ୟକ୍ଷ ଭୂପିନ୍ଦର ସିଂହ ମାନ୍‌, କୃଷି-ଅର୍ଥଶାସ୍ତ୍ରୀ ଅଶୋକ ଗୁଲାଟୀ, ପ୍ରମୋଦ କୁମାର ଯୋଶୀ ଏବଂ ଅନିଲ ଘନଓ୍ବଟ୍ ସଦସ୍ୟ ଥିଲେ । କିନ୍ତୁ ପରେ ଚାଷୀ ୟୁନିଅନ ଅଧ୍ୟକ୍ଷ ଭୂପିନ୍ଦର ସିଂହ ମାନ୍‌ ଏହି କମିଟିରୁ ନିଜକୁ ଦୂରେଇ ରଖିଥିଲେ । ତେବେ ବର୍ତ୍ତମାନ ଏହି କମିଟି କୃଷି ଆଇନକୁ ସମର୍ଥନ କରୁଥିବା ଲୋକ ଏବଂ ବିରୋଧ କରୁଥିବା ଲୋକଙ୍କ ପକ୍ଷ ଶୁଣାଣି କରି ୨ ମାସ ମଧ୍ୟରେ ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେବେ ।

କେନ୍ଦ୍ର ସରକାର ବାରମ୍ବାର କୃଷି ଆଇନ ଚାଷୀମାନଙ୍କ ହିତ ପାଇଁ ବୋଲି କହୁଥିବା ବେଳେ ଚାଷୀମାନେ ନିଜ ଜିଦ୍‌ରେ ଅଟଳ । ଚାଷୀ ନେତା ମାନେ ନିଜ ହିସାବରେ ସମାଧାନ ଚାହୁଁଚନ୍ତି ଅର୍ଥାତ ୩ଟି ନୂଆ ଆଇନକୁ ପୁରାପୁରି ଭାବେ ପ୍ରତ୍ୟାହାର କରିବା ପାଇଁ ଦାବି କରୁଛନ୍ତି । କିନ୍ତୁ ନୂଆ ଆଇନ କୌଣସି ମତେ ପ୍ରତ୍ୟାହାର ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ଭାବେ ମନା କରିଦେଇଛନ୍ତି କେନ୍ଦ୍ର ସରକାର ।

କୃଷି ରାଜ୍ୟ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ସୋମବାର କହିଛନ୍ତି, ଯେତେବେଳ ଚାଷୀମାନଙ୍କ ସହ ସିଧାସଳଖ ଆଲୋଚନା ହେଉଛି ତାଙ୍କର ଦାବି ଭିନ୍ନ ରହୁଛି ଏବଂ ଚାଷୀ ନେତାମାନଙ୍କ ସହ ଆଲୋଚନା ବେଳେ ତାଙ୍କର ଦାବି ଭିନ୍ନ ଭିନ୍ନ ରହୁଛି । ତେଣୁ ଚାଷୀମାନଙ୍କ ସହ ସିଧାସଳଖ ଆଲୋଚନା ହେଲେ ତୁରନ୍ତ ସମସ୍ୟାର ସମଧାନ ହୋଇପାରିବ ବୋଲି ସେ କହିଛନ୍ତି । ବିଭିନ୍ନ ବିଚାରଧାରର ଚାଷୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି ତେଣୁକରି ସମସ୍ତେ  ନିଜ ନିଜ ସୁବିଧା ଅନୁଯାୟୀ ଦାବି ରଖୁଥିବାରୁ ଆଲୋଚନାର କୌଣସି ନିଷ୍କର୍ସ ବାହାରିପାରୁନାହିଁ ।

ଚାଷୀମାନେ ପୂର୍ବରୁ ଟ୍ରାକ୍ଟର ରାଲି କରିବା ପାଇଁ ଚେତାବନୀ ଦେଇଛନ୍ତି । ଏହାକୁ ନେଇ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ‘ଚାଷୀମାନେ ଟ୍ରାକ୍ଟର ରାଲି ବାହାର କରନ୍ତୁ ନାହିଁ । ସରକାର ଏବଂ ଚାଷୀଙ୍କ ମଧ୍ୟରେ ୧୦ମ ଥର ପାଇଁ ବୈଠକ ହେବ । ନୂଆ ଆଇନକୁ ପ୍ରତ୍ୟାହାର ଦାବିରୁ ଓହରିବା ସହ ବାକି ସମସ୍ତ ପ୍ରସଙ୍ଗରେ ଆଲୋଚନା ହେବ । ଏହି ବୈଠକରେ ସମାଧାନର ରାସ୍ତା ବାହାରିବ’ ।

   Related Posts