Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଧାନ କିଣାରେ ବିଭ୍ରାଟ ନେଇ ଯୋଗାଣ ଅଧିକାରୀଙ୍କୁ ଘେରିଲେ ଚାଷୀ, ପାଲଟା ସଫେଇ ଦେଲେ ଅଧିକାରୀ

4/03/2021 at 4:35 PM

ଢେଙ୍କାନାଳ, ୦୪/୦୩: ଢେଙ୍କାନାଳ ଜିଲ୍ଲାରେ ଚଳିତ ବର୍ଷ ଧନ କିଣାକୁ ନେଇ ବହୁ ବିଭ୍ରାଟ ଦେଖା ଦେଇଛି । ଫଳରେ ପ୍ରକୃତ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହୋଇଥିବାରୁ ବାରମ୍ବାର ଉତ୍ତେଜନା ପ୍ରକାଶ ପାଉଛି । ଏପରିକି ଆଜି ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ପିଙ୍ଗୁଆ , ଦଶମାଣ ପାଟଣା ଓ ଖଣ୍ଡବନ୍ଧ ପଞ୍ଚାୟତର ଶତାଧିକ ଚାଷୀ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି ।

ପିଙ୍ଗୁଆ ସମବାୟ ସମିତିର ଅଧାରୁ ଅଧିକ ଚାଷୀ ଧନ ଦେବାରୁ ବଂଚିତ ହୋଇଥିବାବେଳେ ଧାନ ଧରି ମଣ୍ଡିରେ ଅପେକ୍ଷା କରିଛନ୍ତି । ମାତ୍ର ଗତ ମାସ ୧୪ ତାରିଖରୁ ଆଉ ମଣ୍ଡି ଖୋଲୁ ନଥିବାରୁ ଏପରି ଉତ୍ତେଜନା ଦେଖାଦେଇଛି । ମଣ୍ଡି ସମ୍ପାଦକ, ଯୋଗାଣ ଅଧିକାରୀ ଓ ମିଲରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା କାରଣରୁ ଦଲାଲଙ୍କ ମାଧ୍ୟମରେ ଧନ କିଣି ଥିବା ଚାଷୀମାନେ ଅଭିଯୋଗ ଆଣିଛନ୍ତି ।

ଏଥିପାଇଁ ପ୍ରକୃତ ଚାଷୀ ଧାନ ଦେବାରୁ ବଂଚିତ ହୋଇଛନ୍ତି । ଫଳରେ ଧାନ ବିକ୍ରି ନହେଲା ପର୍ଯ୍ୟନ୍ତ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରି ରଖିବେ ବୋଲି ଚାଷୀ ଜିଦ୍‌ ଧରିଛନ୍ତି ଆନ୍ଦୋଳନକାରୀ ଚାଷୀ । ମାତ୍ର ଜିଲ୍ଲାରେ ପ୍ରାୟତଃ ଧନ କିଣା ସାରିଯାଇଛି ଓ ଆଉ ଅଳ୍ପ କିଛି ସ୍ଥାନରେ ବାକି ରହିଥିବା ପାଲଟା ସଫେଇ ଦେଇଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ।

   Related Posts