Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||
  • ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ, ଗାଧୋଇଲା ବେଳେ ବୁଡି ଯାଇଥିଲେ
  • ||
  • ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଫେରିଥିବା ବ୍ୟକ୍ତି କୋଭିଡ ପଜିଟିଭ୍: ଆଇସୋଲେସନରେ ସଂକ୍ରମିତ, ଓମିକ୍ରନ୍ ନେଇ ଆଲର୍ଟ
  • ||

କୃଷି ବିଲ ବିରୋଧରେ କଂଗ୍ରେସର ପ୍ରଦର୍ଶନ: ଇଣ୍ଡିଆ ଗେଟ୍ ନିକଟରେ ଟ୍ରାକ୍ଟରରେ ନିଆଁ ଲଗାଇଲେ ପ୍ରଦର୍ଶନକାରୀ

28/09/2020 at 10:37 AM

ନୂଆଦିଲ୍ଲୀ ୨୮/୦୯ : କୃଷି ଆଇନ ବିରୋଧରେ ପ୍ରଦର୍ଶନ ନିଆଁ ଦିଲ୍ଲୀ ଯାଏଁ ପହଞ୍ଚି ସାରିଛି । ଦିଲ୍ଲୀ ସ୍ଥିତ ଇଣ୍ଡିଆ ଗେଟରେ କୃଷକ ଏକ ଟ୍ରାକ୍ଟରରେ ନିଆଁ ଲଗାଇଛନ୍ତି । ପଞ୍ଜାବ ଓ ହରିୟାଣା ପରେ କୃଷକଙ୍କ ବିରୋଧ ପ୍ରଦର୍ଶନ ଦେଶର ରାଜଧାନୀ ଦିଲ୍ଲୀ ସଂସଦ ନିକଟତର ହୋଇଛି । ସଂସଦ ନିକଟରେ ଇଣ୍ଡିଆ ଗେଟରେ କୃଷକମାନେ ବିରୋଧ ପ୍ରଦର୍ଶନ କରି ଏକ ଟ୍ରାକ୍ଟରରେ ନିଆଁ ଲଗାଇଛନ୍ତି । ତେବେ ପ୍ରଦର୍ଶନକାରୀଙ୍କୁ ଏକାଠି ହେବାକୁ ଦିଆଯାଇନାହିଁ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରଦର୍ଶନକାରୀଙ୍କୁ ଏକାଠି ହେବାକୁ ଦିଆଯାଇନାହିଁ । ଇଣ୍ଡିଆ ଗେଟ ନିକଟସ୍ଥ ଭିଆଇପି ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି ।

ଗତ ଦୁଇ ସପ୍ତାହ ହେଲା କୃଷି ବିଲକୁ ନେଇ ସଂସଦରୁ ସଡକ ଯାଏଁ ଯୁଦ୍ଧ ଆରମ୍ଭ ହୋଇଥିଲା ତାହା ବର୍ତ୍ତମାନ ଆଇନରେ ପରିଣତ ହୋଇଛି । କୃଷି ବିଲକୁ ରାଷ୍ଟ୍ରପତି ମଞ୍ଜୁରୀ ଦେଇଛନ୍ତି । କିନ୍ତୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ସତ୍ତ୍ୱେ କୃଷି ବିଲକୁ ନେଇ କୌଣସି ଗଣ୍ଡଗୋଳ ଥମିବାର ନାଁ ନେଉନାହିଁ । ପଞ୍ଜାବରେ କୃଷକ ଓ ଶାସନାଧୀନ ଦଳକୁ ବିରୋଧ କରାଯାଉଛି । କୃଷକ ସଂଗଠନ ପଞ୍ଜାବରେ ରେଳ ରୋକ ପ୍ରଦର୍ଶନ ସେପ୍ଟେମ୍ବର ୨୯ ତାରିଖ ଯାଏଁ ବଢ଼ାଇ ଦେଇଛନ୍ତି । କୃଷି ବିଲ ବିରୋଧରେ ଅକାଲି ଦଳ ବିଭିନ୍ନ ସ୍ଥାନରେ ରାଲି କରୁଛନ୍ତି ।

ଶହୀଦ ଭଗତ ସିଂହଙ୍କ ଜୟନ୍ତୀ ଅବସରରେ ସୋମବାର ଦିନ ପଞ୍ଜାବରେ କୃଷକଙ୍କ ଆନ୍ଦୋଳନ ଆହୁରି ଭୀଷଣ ହୋଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦ୍ର ସିଂହ ଶହୀଦ ଭଗତ ସିଂହଙ୍କ ଗାଁକୁ ଯିବେ । ସେଠାରେ ସେ କୃଷକ ଆନ୍ଦୋଳନ ସମର୍ଥନରେ ଧାରଣା ଦେବେ । କୃଷି ବିଲକୁ ରାଷ୍ଟ୍ରପତି ମଞ୍ଜୁରୀ ଦେବା ପରେ କଂଗ୍ରେସ ବିରୋଧ ଜାରି ରଖିଛି । 

   Related Posts