Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କଲା ଚାଷୀ ସଂଗଠନ, ସଂସଦ ଘେରିବାକୁ ଯିବେ ଦୈନିକ ୨୦୦ ଚାଷୀ

5/07/2021 at 5:24 PM

ନୂଆଦିଲ୍ଲୀ, ୦୫।୦୭: ଜୁଲାଇ ୨୨ ତାରିଖରେ ଆରମ୍ଭ ହେବାକୁ ଯାଉଛି ସଂସଦର ଶୀତକାଳିନ ଅଧିବେଶନ। ଆଉ ଏହାକୁ ଆଖିଆଗରେ ରଖି ନୂଆ କୃଷି ଆଇନ୍‌କୁ ବିରୋଧ କରି କୃଷକମାନେ ସଂସଦ ଘେରାଉ କରିବାକୁ ଯୋଜନା କରିଛିନ୍ତି । ଘେରାଉ କରିବା ନେଇ ସଂଯୁକ୍ତ କୃଷକ ମୋର୍ଚ୍ଚା(ଏସ୍‌କେଏମ୍‌) ପକ୍ଷରୁ ଘୋଷଣା କରାଯାଇଛି। ସଂସଦ ଅଧିବେଶନ ଶେଷ ଯାଏ ପ୍ରତିଦିନ ୨୦୦ କୃଷକ ସଂସଦରେ ବାହାରେ ଆନ୍ଦୋଳନ କରିବେ। ଏଥିରେ ପ୍ରତି ସଂଗଠନରୁ ୫ ଜଣ କୃଷକ ସାମିଲ ହେବେ। ଏସ୍‌କେଏମ୍‌ ମୁଖ୍ୟ ନେତା ଗୁର୍‌ନାମ ସିଂହ ଚରୁନୀ କହିଛନ୍ତି।

କୃଷକ ନେତା ରାକେଶ ଟିକାୟତ କୃଷି ଆଇନ ବିରୋଧୀ ଆନ୍ଦୋଳନକୁ ତୀବ୍ର କରିବାକୁ ସୂଚନା ଦେଇଥିଲେ। ଆଉ ସଂସଦ ଅଧିବେଶନରେ କୃଷକ ଆନ୍ଦୋଳନ ତୀବ୍ର କରିବାକୁ ଯୋଜନା ଆରମ୍ଭ କରିଛନ୍ତି। ଏନେଇ ସାମ୍ବାଦିକ ସମ୍ମିଳନୀ କରି ଏସ୍‌କେଏମ୍‌ ପକ୍ଷରୁ ଗତକାଲି ସୂଚନା ଦିଆଯାଇଥିଲା । ୧୭ ଜୁଲାଇରେ ସବୁ ବିପକ୍ଷ ଦଳକୁ ଏକ ଚେତାବନୀ ପତ୍ର ମଧ୍ୟ ଦିଆଯିବ ବୋଲି ଏସ୍‌କେଏମ୍‌ ନେତା ଶ୍ରୀ ଚରୁନୀ କହିଥିଲେ । ସିଂଘୁ ବୋର୍ଡରେ ହୋଇଥିବା ଏକ ବୈଠକରେ ଏସ୍‌କେଏମ୍‌ ଏହି ନିଷ୍ପତ୍ତି ନେଇଥିଲା ।

ସଂସଦ ବାହାରେ ହେବାକୁ ଥିବା ଆନ୍ଦୋଳନରେ ୪୦ ଟି କୃଷକ ସଂଗଠନ ସାମିଲ ହେବେ। ତୈଳ ଓ ଗ୍ୟାସର ମୂଲ୍ୟ ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ ଘେରିବାକୁ କୃଷକମାନେ ଯୋଜନା ମଧ୍ୟ କରିଛନ୍ତି। ଏଥିରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ମୂଲ୍ୟ ବୃଦ୍ଧି ବିରୋଧରେ ଜୁଲାଇ ୮ରେ ସାରା ଦେଶରେ ପ୍ରଦର୍ଶନ କରାଯିବ। କୃଷକ ନେତାମାନେ କହିଛନ୍ତି ଯେ ସେମାନେ ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥରେ ଛିଡ଼ା ହେବେ, କିନ୍ତୁ ରାସ୍ତା ଜାମ କରିବେ ନାହିଁ। ଏହି ପ୍ରଦର୍ଶନ ୮ ଜୁଲାଇରେ ୧୦ ରୁ ୧୨ଟା ମଧ୍ୟରେ ହେବ ।

ସଂସଦ ଘୋରାଉ କରିବା ପାଇଁ ଚାଷୀ ସଂଗଠନ ପ୍ରସ୍ତୁତ କରିଥିବା ଆକ୍ସନ ପ୍ଲାନ

• ଆନ୍ଦୋଳନକାରୀ କୃଷକ ଲୋକସଭାର ମୌସୁମୀ ଅଧିବେଶନ ସମୟରେ ଦିଲ୍ଲୀ ଯାତ୍ରା କରିବେ

• ଜୁଲାଇ ୨୨ ରୁ, ୨୦୦ଟି କୃଷକ ପ୍ରତ୍ୟେକ ଦିନ ସଂସଦକୁ ଘେରାଉ କରିବେ

• ପ୍ରତ୍ୟେକ କୃଷକ ସଂଗଠନରୁ ପାଞ୍ଚ ଜଣ କୃଷକ ଲୋକସଭା ବାହାରେ ବିରୋଧ କରିବାକୁ ଦିଲ୍ଲୀ ଯିବେ

. ଜୁଲାଇ ୧୭ରେ କୃଷକମାନେ ବିରୋଧୀ ଦଳକୁ ଚେତାବନୀ ପତ୍ର ପଠାଇବେ

• ଲୋକସଭାରୁ ଇସ୍ତଫା ଦେବାକୁ କିମ୍ବା କୃଷି ଆଇନ ବିରୁଦ୍ଧରେ ଲୋକସଭାରେ ପ୍ରସଙ୍ଗ ଉଠାଇବାକୁ ସାଂସଦମାନଙ୍କୁ ଲେଖାଯିବ

• ସାଂସଦମାନଙ୍କୁ ଅନୁରୋଧ କରାଯିବ ଯେ ସେମାନେ ଲୋକସଭାକୁ ଚାଲିବାକୁ ଦେବେ ନାହିଁ

   Related Posts